ମୁମ୍ୱାଇ ୧୧/୦୧: ମୁଁ ବହୁତ ରୋମାଣ୍ଟିକ୍ । ଯଦି ବିଶ୍ୱାସ ହେଉନି ତେବେ ମୋର ଦୁଇ ପତ୍ନୀଙ୍କୁ ପଚାର । ପ୍ରେମ ଉପରେ ନିଜର ଗଭୀର ଜ୍ଞାନ ଦେଇ ଏମିତି କିଛି ଖୁଲାସା କରିଛନ୍ତି ବଲିଉଡ୍ର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ୍ । ସେ ଆହୁରି କହିଛନ୍ତି ସମ୍ପର୍କରେ କେଉଁଠି ରହିଗଲା ଭୁଲ୍ ।
ଆମୀର ଖାନ୍ ବି-ଟାଉନ୍ର ମୋଷ୍ଟ ଟ୍ୟାଲେଣ୍ଟଡ୍ ଅଭିନେତାଙ୍କ ମଧ୍ୟରୁ ଜଣେ । ତାଙ୍କ ଫିଲ୍ମି କ୍ୟାରିୟର ବେଶ୍ ଦମ୍ଦାର । କିନ୍ତୁ ତାଙ୍କ ପର୍ସନାଲ ଲାଇଫ୍କୁ ନେଇ ଅନେକ ଉତ୍ଥାନ ପତନ ଦେଖିବାକୁ ମିଳେ । ଆମୀର ଥରେ କି ଦୁଇ ଥର ନୁହେଁ ବାରମ୍ୱାର ପ୍ରେମରେ ପଡ଼ିଛନ୍ତି । ଦୁଇ ଦୁଇ ଥର ଭାଙ୍ଗିଛି ବିବାହ ।
ପ୍ରଥମ ପତ୍ନୀ ରୀନା ଦତ୍ତଙ୍କ ସହ ହୋଇଥିଲା ତାଙ୍କର ପ୍ରଥମ ବିବାହ । କିନ୍ତୁ ବିବାହ ଚାଲିନଥିଲା ବେଶି ଦିନ । ଶେଷରେ ଛାଡପତ୍ର ନେଇ ଅଲଗା ହୋଇଥିଲେ ଉଭୟ । ତେବେ କିଛି ବର୍ଷରେ ପୁଣିଥରେ ପ୍ରେମରେ ପଡିଥିଲେ ଆମୀର । ଫିଲ୍ମ ନିର୍ମାତା କିରଣ ରାଓଙ୍କୁ କରିଥିଲେ ଦ୍ୱିତୀୟ ବିବାହ । ହେଲେ ବି ତିଷ୍ଠିନଥିଲା ସଂପର୍କ । ତେବେ ନିଜର ପର୍ସନାଲ ଲାଇଫ୍କୁ ନେଇ ବେଶି ଚର୍ଚ୍ଚା କରନ୍ତିନି ଅଭିନେତା । ବହୁତ ସମୟରେ ତାଙ୍କର ପ୍ରତିକ୍ରିୟା ବି ମିଳିପାରେନି ।
ନିକଟରେ ତାଙ୍କ ପୁଅ ଜୁନୈଦଙ୍କ ଫିଲ୍ମ 'ଲଭପାୟା'ର ଟ୍ରେଲର ଲଞ୍ଚ ଇଭେଣ୍ଟକୁ ଯାଇଥିଲେ ଆମୀର । ସେହି ପ୍ରୋଗ୍ରାମରେ ସେ ନିଜର ଲଭ୍ ଲାଇଫ୍ର ଖୁଲାସା କରିଥିଲେ । ଦୁଇ ପତ୍ନୀଙ୍କ ସେ କେମିତି ଥିଲା ତାଙ୍କର ବୈବାହିକ ସଂପର୍କ ସବୁ କିଛି ଖୋଲି କହିଥିଲେ ମିଷ୍ଟର ଖାନ୍ । ଆମୀର କହିଥିଲେ ମୁଁ ବହୁତ ଅଧିକ ରୋମାଣ୍ଟିକ୍ ବ୍ୟକ୍ତି । ମା ରାଣ ମୁଁ ବହୁତ ବହୁତ ରୋମାଣ୍ଟିକ୍ ।
"Actually I am a very romantic person. It's funny, but you can ask that to both of my wives"- #AamirKhan 😂 pic.twitter.com/NgnG4NCEQO
— $@M (@SAMTHEBESTEST_) January 10, 2025
ଯଦିଓ ଏହା କହିବାକୁ ମଜାକ୍ ଲାଗିଥାଇପାରେ, କିନ୍ତୁ ଏହି କଥା ମୋର ଦୁଇ ପତ୍ନୀ ବି ମୋ ଠାରୁ ବେଶ୍ ଭଲ କିଏ ବା କହିବେ । କାରଣ ମୁଁ ରୋମାଣ୍ଟିକ୍ କି ନାହିଁ ସେମାନଙ୍କୁ ଠାରେ ଆଉ କିଏ ଅଧିକ୍ ଜାଣିବ । ସତ କହୁଛି ମିଛ ନୁହେଁ । ଆମୀର ଆହୁରି କହିଥିଲେ କି, ମଁ ସେହିପରି ବ୍ୟକ୍ତିତ୍ୱ । କାରଣ ମୁଁ ସର୍ବଦା ରୋମାଣ୍ଟିକ୍ ଫିଲ୍ମ ଦେଖିବାକୁ ଭଲପାଏ । ଯେବେ ବି ମୁଁ ରୋମାଣ୍ଟିକ୍ ଫିଲ୍ମ ଦେଖେ ସେଥିରେ ନିଜକୁ ହଜାଇଦିଏ । ବୟସ ସହ ପ୍ରେମର ପରିଭାଷାକୁ ନେଇ ମୁହଁ ଖୋଲିଥିଲେ ସେ । ଆଉ କହିଥିଲେ ଜୀବନରେ ଯେବେ ଆଗକୁ ବଢେ ସେବେ ଆମ ପ୍ରେମର ପରିଭାଷା ଏବଂ ସଂଜ୍ଞା ଧୀରେ ଧୀରେ ବଦଳିଯାଏ ।
"I have already given up Smoking 🚬" says #AamirKhan on quitting the habit of Loveyapa becomes Hit pic.twitter.com/xxHXvP7JqY
— $@M (@SAMTHEBESTEST_) January 10, 2025
ଆମୀର ଏକଥା ବି ସ୍ୱୀକାର କରିଛନ୍ତି କି, ସେ ଧୂମପାନ କରନ୍ତି । ଦୀର୍ଘ ଦିନ ହେବ ସେ ଏହି ଅଭ୍ୟାସରେ ପଡିଯାଇଥିଲେ । କିନ୍ତୁ ଧୀରେ ଧୀରେ ଛାଡିବାକୁ ନିଷ୍ପତ୍ତି ନେଲି । ମୁଁ ଏବେ ପୁଅ ପାଇଁ ସବୁକିଛି ତ୍ୟାଗ କରିଦେଇଛି । ସେ ସେୟାର କରିଛନ୍ତି, "ମୁଁ ଧୂମପାନ ଏପରି ଏକ ଜିନିଷ ଯାହାକୁ ମୁଁ ବହୁତ ଭଲ ପାଏ । କଣ କହିବି ସତ କଥା କି, ଏତେ ବର୍ଷ ଧରି ମୁଁ ସିଗାରେଟ୍ ପିଉଥିଲି, ଏବେ ହୁକା ଟାଣୁଛି । ତମାଖୁ ଏପରି ଏକ ଜିନିଷ ଯାହାକୁ ମୁଁ ଉପଭୋଗ କରେ। ଏହା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । କେହି ବି ଏଥିରୁ ନିବୃତ ରହିବା କଥା, କିନ୍ତୁ ମୁଁ ଏହାକୁ ଉପଭୋଗ କରେ ।