ଅଲ ଓଡିଶା ଠିକାଦାର ମହାସଂଘର

NEWS7
aap-gets-good-news-from-bjp-ruled-chhattisgarh

ଭୁବନେଶ୍ୱର ୦୬।୦୧: ମାର୍ଚ୍ଚ ୧ରୁ କାମ ବନ୍ଦ । ଓଡିଶା ସାରା କାମ ବନ୍ଦ ରଖିବେ ଠିକାଦାର ମହାସଙ୍ଘ । ପୂର୍ତ୍ତ ବିଭାଗ ପକ୍ଷରୁ ଜାନୁଆରୀ ୩ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତିଙ୍କୁ ବିରୋଧ କରିଛି ଅଲ ଓଡିଶା ଠିକାଦାର ମହାସଂଘ। ବିଜ୍ଞପ୍ତିରେ ଧାର୍ଯ୍ୟ ଦରଠାରୁ ୧୪.୯ ପ୍ରତିଶତ କମରେ କାମ ନେବାର ନିୟମକୁ ଉଛେଦ କରାଯାଛି । ଏହାକୁ ୨୦.୩୦ ପ୍ରତିଶତ କରାଯାଇଛି । ଯାହାକୁ ସଂଘ ବିରୋଧ କରୁଛି।

ଠିକାଦାର ସଙ୍ଘ କହିଛି ଯେ, ଏଷ୍ଟିମେଟେଡ଼ ବା ବ୍ୟୟ ବରାଦ ଦାମରୁ 30 ପ୍ରତିଶତ କମ୍ ର କାମ ଅତ୍ୟନ୍ତ ନିମ୍ନଧରଣର ହେବ । ବିଜ୍ଞପ୍ତିରେ ଗୋଟେ ଦିଗରେ ୧୪.୯ ବ୍ୟବସ୍ଥା ହଟାଯାଇଛି । କିନ୍ତୁ ଏହା ନିମ୍ନ ଧରଣର କାମ ଦେଉଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ବେଳେ ସେ ବିଜ୍ଞପ୍ତି ର ଆଉ ଏକ ଜାଗାରେ ୨୦ ରୁ ୩୦ ପ୍ରତିଶତ ଲେସ କାମ ଉଲେଖ ଥିବା ବିଜ୍ଞପ୍ତି ସ୍ପଷ୍ଟ ହେଉ ନଥିବା କହିଛି ସଂଘ। ତେବେ ୨୦ ରୁ ୩୦ ପ୍ରତିଶତ କମ ରେ କାମ କିଭଳି ଭାବେ ଭଲ ହେବ ଏହାକୁ ପ୍ରଶ୍ନ କରିଛି ସଂଘ । ତେଣୁ ଏହି ବିଜ୍ଞପ୍ତି କୁ ବାତିଲ କରିବା ପାଇଁ ସଂଘ ଦାବି କରିଥିବା ବେଳେ , ଡିପ୍ଲୋମା ଇଙ୍ଗିନୀୟର୍ସ ଙ୍କ ବର୍ଷକୁ କାମ ବିନା ଟେଣ୍ଡେର ରେ 25 ଲକ୍ଷକୁ ବୃଦ୍ଧି କରିବା ପାଇଁ ଦାବି ହୋଇଛି । ପୂର୍ବରୁ ଡିପ୍ଲୋମା ଇଙ୍ଗିନୀୟର୍ସ ୫ ଲକ୍ଷ ପର୍ଯ୍ୟନ୍ତ ବର୍ଷ କୁ କାମ ପାଉଥିଲେ । ଏହି ନିୟମ କୁ ମଧ୍ୟ ସରକାର ବନ୍ଦ କରିଥିବାରୁ ଏହା କୁ ଲାଗୁ କରି ବାର୍ଷିକ ୨୫ ଲକ୍ଷ କାମ ବୃଦ୍ଧି କରିବା ପାଇଁ ଅଳ ଓଡିଶା ଠିକାଦାର ମହା ସାଙ୍ଗ ଦାବି କରିଛି। ସରକାର ଙ୍କ ଏହି ନିୟମ ଓଡ଼ିଆ ଠିକାଦାର ବିରୋଧୀ । ତେବେ ଅନ୍ୟ ରାଜ୍ୟ ର ଠିକାଦାର ଙ୍କୁ କାମ ଦେବା ପାଇଁ ସରକାର ଏହି ନିୟମ କରିଥିବା ସଂଘ ଅଭିଯୋଗ କରିଛି।