କେରଳରେ ଫୁଟବଲ ମ୍ୟାଚରେ ଅଘଟଣ ; ବାଣ ଫୁଟି ଜଳିଗଲେ ୩୦ ଦର୍ଶକ, ଜଣେ ମୃତ

Published By : Prameya-News7 Bureau | February 19, 2025 IST

ନୂଆଦିଲ୍ଲୀ ୧୯।୦୨; କେରଳ ମଲପ୍ପୁରମରେ ବଡ ଅଘଟଣ ।  ମଙ୍ଗଳବାର ମଲପ୍ପୁରମ ଜିଲ୍ଲାର ଆରିକୋଡ ସହରରେ ଫୁଟବଲ୍ ମ୍ୟାଚ୍ ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଫୁଟବଲ ଟୁର୍ଣ୍ଣାମେଣ୍ଟ ସମୟରେ ବାଣ ଫୁଟି ଦର୍ଶକ ବସୁଥିବା ଗ୍ୟାଲେରୀରେ ପଡିଥିଲା। ଯାହାଫଳରେ ପାଖାପାଖି ୩୦ ଜଣ ଦର୍ଶକ ଜଳିଯାଇଥିଲେ। ଏହି ଘଟଣାଟି ମ୍ୟାଚ୍ ଆରମ୍ଭ ହେବାର ଠିକ୍ ପୂର୍ବରୁ ଘଟିଥିଲା। 

ସୂଚନା ଅନୁଯାୟୀ ଟୁ୍‌ର୍ଣାମେଣ୍ଟର ଉଦଯାପନୀ ସମୟରେ ଆତସବାଜି ହୋଇଥିଲା । ବାଣରେ ନିଆଁ ଲାଗିବା ମାତ୍ରେ ତାହା ଦର୍ଶକଙ୍କ ଗ୍ୟାଲେରୀ ଆଡକୁ ପଡିଥିଲା। ଫଳରେ ବସିଥିବା ଦର୍ଶକ ବାଣ ନିଆଁରେ ପୋଡି ହୋଇଯାଇଥିଲେ। ଅନ୍ୟ କିଛି ଦର୍ଶକମାନେ ଜୀବନ ବିକଳରେ ଦୌଡିବାକୁ ଲାଗିଲେ। ଯାହାଫଳରେ ଦଳଚକଟାରେ କିଛି ଦର୍ଶକ ଆହତ ହୋଇଥିବା ଜଣାପଡିଛି।  ବର୍ତ୍ତମାନ ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ୧୬ ବର୍ଷର ପୁଅ ଅଙ୍କନର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କର ଚିକିତ୍ସା ଚାଲିଛି।

ଆରିକୋଡ୍ ପୋଲିସ କଣ କହିଲା?

କେରଳର ମଲପ୍ପୁରମ ଜିଲ୍ଲାର ଆରିକୋଡ ନିକଟରେ ଏକ ଫୁଟବଲ୍ ମ୍ୟାଚ୍ ସମୟରେ ଏହି ଦୁର୍ଘଟଣା ଘଟିଥିଲା," ଆରିକୋଡ ପୋଲିସ କହିଛି ଆତସବାଜି ଯୋଗୁଁ ୩୦ ଜଣ ଆହତ ହୋଇଛନ୍ତି। ଫୁଟବଲ୍ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ, ଆତସବାଜି ଫୁଟିଥିଲା। ଯାହା ପଡ଼ିଆରେ ବସିଥିବା ଦର୍ଶକଙ୍କ ଉପରେ ପଡ଼ିବାକୁ ଲାଗିଲା। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଚିକିତ୍ସା ଜାରି ରହିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.