ବାପାଙ୍କୁ ଆକ୍ରମଣ କରି ପୁଅକୁ ଅପହରଣ ଅଭିଯୁକ୍ତ ଗିରଫ, ଟଙ୍କା କାରବାରକୁ ନେଇ ହୋଇଥିଲା ଅପହରଣ

Published By : Prameya-News7 Bureau | July 21, 2024 IST

ଆନନ୍ଦପୁର ୨୧କୋର୍ଟରୁ ଫେରିବା ବାଟରେ ବାପକୁ ଆକ୍ରମଣ କରି ପୁଅକୁ ଅପହରଣ ଘଟଣାରେ ନନ୍ଦିପଦା ପୋଲିସକୁ ମିଳିଛି ସଫଳତା । ଉପଖଣ୍ଡ ପୋଲିସ ଅଧିକାରୀଙ୍କ ନେତୃତ୍ବରେ ନନ୍ଦିପଦା ଓ ଘଷିପୁରା ପୋଲିସ ଘଷିପୁରା ଥାନା ଟୋଲଙ୍କପଡା ଜଙ୍ଗଲରୁ ଉଦ୍ଧାର କରିବାରେ ସଫଳ ହୋଇଛି । 

ଶନିବାର ଅପରାହ୍ନରେ ପନ୍ଦାଡୋ ଗ୍ରାମର ନରେନ୍ଦ୍ର ନାୟକ ଓ ତାଙ୍କ ପୁଅ ସନାତନ ହାଟଡ଼ିହି ଜେଏମଏଫସି କୋର୍ଟକୁ ଏକ ମାମଲାରେ ହାଜିରା ଦେବାକୁ ଯାଇ ଘରକୁ ଫେରୁଥିବା ବେଳେ ନାହାଳିଆ ପୋଲ ନିକଟରେ କିଛି ଯୁବକ ନରେନ୍ଦ୍ରକୁ ମାଡ ମାରି ବିଲକୁ ଫିଙ୍ଗିଦେଇ ପୁଅ ସନାତନକୁ ଉଠାଇ ନେଇ ପଳାଇଥିଲେ । ୫ ଲକ୍ଷ ଦେଲେ ପୁଅକୁ ଫେରାଇବୁ ବୋଲି ଧମକ ଦେଉଥିଲା ଅପହର୍ତ୍ତା । ଅପହର୍ତ୍ତାର ମୋବାଇଲ ଫୋନ ଟ୍ରାକିଂ କରି ପୋଲିସ ଶନିବାର ରାତିରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ରବିବାର ସକାଳ ୧୦ଟା ବେଳେ ଟୋଲଙ୍କପଡା ଜଙ୍ଗଲରୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଘଷିପୁରା ଥାନା ଟୋଲଙ୍କପଡା ଗ୍ରାମର ଲିପୁନ ବାରିକକୁ ମଧ୍ୟ ପୋଲିସ ଗିରଫ କରିଛି । ଅପହୃତ ସନାତନ ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଆଣି ଅନଲାଇନ ଟ୍ରେଡିଂରେ ଲଗାଇ ଟଙ୍କା ଫେରସ୍ତ କରିନି ।   ଅଭିଯୁକ୍ତ ଲିପୁନକୁ ସନାତନ ଦେଇଥିବା ୧୪ ଲକ୍ଷ ଟଙ୍କା ସନାତନ ଫେରାଉ ନଥିବାରୁ ତାକୁ ଅପହରଣ କରିଥିବା ଲିପୁନ ସ୍ୱୀକାର କରିଛି । ପୋଲିସ ଅଭିଯୁକ୍ତକୁ ଧରି ସିନ ରିକ୍ରିଏସନ କରିଛି । ସେମାନେ ଦୁଇ ଜଣ ବାଇକରେ ଆସି ସନାତନକୁ ଅପହରଣ କରିଥିଲେ ବୋଲି ସ୍ୱୀକାର କରିଛନ୍ତି । 

You Can Read:

ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର, ସୁରକ୍ଷା ପାଇଁ ଗଡଗଡିଆ ଘାଟରେ ସ୍ଵତନ୍ତ୍ର ବ୍ୟବସ୍ଥା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.