କଟକ ୧୯।୪: ପୋଲିସ ଅଧିକାରୀଙ୍କୁ ସାଂସଦ ଭର୍ତ୍ତୃହରି ମହତାବ ମାଡ଼ ମାରିବା ଅଭିଯୋଗ ମାମଲାରେ କୋର୍ଟରେ ହାଜର ହେଲେ ଅଭିଯୋଗକାରୀ ପୋଲିସ ଅଧିକାରୀ । ଆଜି ପାଇଁ ଜେରା ଅସମ୍ପୂର୍ଣ୍ଣ ରହିଛି । ୨୪ ଏପ୍ରିଲରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଦିନ ଧାର୍ଯ୍ୟ ହୋଇଛି । ଅଭିଯୋଗକାରୀ ଅଧିକାରୀ ହେଲେ ଏସିପି ଅମିତାଭ ମହାପାତ୍ର । ସେପଟେ ଓକିଲଙ୍କ ଜରିଆରେ ହାଜର ହେଲେ ଭର୍ତ୍ତୃହରି ମହତାବ । କଟକ JMFC କୋର୍ଟରେ ଶୁକ୍ରବାର ଥିଲା ସାକ୍ଷ ଗ୍ରହଣ ତାରିଖ ।
ସୂଚନାଯୋଗ୍ୟ ଯେ, ୨୦୧୧ରେ ଅମିତାଭ ଓ ମହାତାବଙ୍କ ମଧ୍ୟରେ ବିବାଦ ହୋଇଥିଲା । ଭର୍ତ୍ତୃହରି ଅମିତାଭଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା ।
You Can Read :
ଖରସ୍ରୋତା ନଦୀରେ ଗାଧୋଇବା ବେଳେ ଭାସିଯାଇଥିଲେ ୨ ଭାଇ, ମିଳିଲା ଉଭୟଙ୍କ ମୃତଦେହ