ଦିଲ୍ଲୀ ଛାଡିଲେ କେଭିନ୍ ପିଟରସନ୍ : କ୍ୟାପିଟାଲ୍ସର ମେଣ୍ଟର ପଦରୁ ଦେଲେ ଇସ୍ତଫା, ସମ୍ଭାଳିବେ ନୂଆ ଦାୟିତ୍ୱ

NEWS7
actress-varsha-priyadarshini-visit-chandikhol-puja-mandap

ନୂଆଦିଲ୍ଲୀ, ୧୫ /୦୩:ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା ।ଆଗାମୀ ଆଇପିଏଲ୍ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ମେଣ୍ଟର ପଦରୁ ପୂର୍ବତନ ଇଂଲଣ୍ଡ କ୍ରିକେଟ୍ ଖେଳାଳି କେଭିନ ପିଟରସନ ଓହରି ଯାଇଛନ୍ତି । ସେ ଗତ ସିଜନରେ ଦଳର ମେଣ୍ଟର ଭାବେ ଯୋଗ ଦେଇଥିଲେ ।

ଶନିବାର ନିଜ ସୋସିଆଲ ମିଡ଼ିଆ ଜରିଆରେ ପିଟରସନ ନିଷ୍ପତ୍ତି ଜଣାଇଛନ୍ତି । ସେ ଲେଖିଛନ୍ତି,ଆଗାମୀ ସିଜନ ପାଇଁ ମୁଁ ଦିଲ୍ଲୀ କ୍ୟାପିଟାଲ୍ସର ମେଣ୍ଟର ଦାୟିତ୍ୱରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛି । ମୁଁ ଏଥର ମେଣ୍ଟର ଭାବେ ଦଳର ଆବଶ୍ୟକତା ପୂରଣ କରିପାରୁ ନାହିଁ । ଏହି ସମୟ ମଧ୍ୟରେ ମୁଁ ବିଶ୍ୱର ଶ୍ରେଷ୍ଠ କ୍ରିକେଟ୍ ଲିଗ୍ରେ ଭାଷ୍ୟକାର ଭାବେ କାର୍ଯ୍ୟ କରିବାକୁ ଚାହୁଁଛି ।

ଗତ ସିଜନରେ ପିଟରସନଙ୍କ ଅଧିନରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ୫ଟି ମ୍ୟାଚ ଜିତି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ହାସଲ କରିଥିଲା । ମାତ୍ର ଏହାପରେ ଦଳ ଲୟ ହରାଇ ବସିଥିଲା । ସେତେବେଳେ ପିଟରସନଙ୍କ ଦାୟିତ୍ୱକୁ ନେଇ ପ୍ରଶ୍ନ ଉଠିଥିଲା ।

ସୂଚନାଯୋଗ୍ୟ, ପିଟରସନ ଦୀର୍ଘଦିନ ହେବ ଆଇପିଏଲ ସହ ଜଡିତ ରହିଛନ୍ତି । ଏହାପୂର୍ବରୁ ସେ ଇଂଲଣ୍ଡ ଦଳର ଅଧିନାୟକ ଥିଲେ । ଅନେକ ସମୟରେ ସେ ଭାରତର ମ୍ୟାଚରେ ଭାଷ୍ୟକାର ଦାୟିତ୍ୱ ତୁଲାଇଥିବା ମଧ୍ୟ ଦେଖିବାକୁ ମିଳିଛି ।