ଦୁଷ୍କର୍ମ ପରେ ହତ୍ୟା ! ବିଲରେ ଫିଙ୍ଗିଦେଲେ ବିବାହିତ ମହିଳାଙ୍କ ମୃତଦେହ...

NEWS7
administration-measures-at-swad-hotel-premises

ସୁନ୍ଦରଗଡ଼ ୧୫।୦୧ : ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା । ସୁନ୍ଦରଗଡ଼ ଟାଉନ ଥାନା ଶଙ୍କରାର ଏକ ବିଲରୁ ମିଳିଛି ମହିଳାଙ୍କ ମୃତଦେହ । ହତ୍ୟା ପରେ ବିଲରେ ମୃତଦେହ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

ଖବର ଅନୁଯାୟୀ, ଗୁରୁବାର ଦିନ ସୁନ୍ଦରଗଡ଼ ଟାଉନ ଥାନା ଶଙ୍କାରର ଏକ ବିଲରେ ଜଣେ ମହିଳାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ପଡିଥିବାର ଦେଖିଥିଲେ ।ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ମୃତ ମହିଳାଙ୍କ ନାମ ଗୁରୁବାରୀ ମାଝୀ ଓ ସ୍ୱାମୀ ଗୋପାଳ ଲାକ୍ରା ବୋଲି ଜଣାପଡିଛି ।

ସେପଟେ ପୋଲିସ ପାରାପାର୍ଶ୍ୱିକ ସ୍ଥିତିକୁ ଦେଖି ଏହା ହତ୍ୟା ବୋଲି ସନ୍ଦେହ କରୁଛି । ବାକି ପୋଲିସ ମୃତକଙ୍କ ସ୍ୱାମୀକୁ ଜେରା କରୁଛି । ମହିଳାଙ୍କୁ ହତ୍ୟା ପଛରେ କିଛି ପୂର୍ବ ବିବାଦ ନା ଆଉ କଣ । ସେନେଇ ଛାନ୍ଭିନ୍ ଜାରି ରଖିଛି ପୋଲିସ ।