ଭୁବନେଶ୍ବର ୨।୫: ୧୭ ଦିନ ପରେ ୪୦ ଡ଼ିଗ୍ରୀ ତଳକୁ ଖସିଲା ରାଜଧାନୀ ତାତି । ୧୯୬୯ରୁ ଆଜି ମଧ୍ୟରେ ଅପ୍ରେଲ ମାସରେ ପ୍ରଥମ ଥର ପାଇଁ ଲଗାତାର ୧୬ ଦିନ ଧରି ୪୦ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ତାପମାତ୍ରା ରେକର୍ଡ । ଗୁରୁବାର ଦୀର୍ଘ ୧୭ ଦିନର ଅବଧି ପରେ ଅପ୍ରେଲ ୧୫ରୁ ମେ’ ୧ ପରେ ରାଜ୍ୟରେ ୪୦ ଡିଗ୍ରୀ ସେଲସିୟସ ତଳକୁ ଖସିଛି ରାଜଧାନୀ ତାପମାତ୍ରା । ଗୁରୁବାର ୧୮ତମ ଦିନରେ ୩୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
ସେପଟେ ଦିନ ସାଢ଼େ ୨ଟା ସୁଦ୍ଧା ୪୨ ଡିଗ୍ରୀ ଟପିଛି ପାରଦ । ୪୨.୬ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ହୋଇଛି । ୪୦ ଡିଗ୍ରୀ ଉପରେ ରହିଛି ଓଡ଼ିଶାର ୭ ସହର ।
ଗିରୁବାର ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ, ଝାରସୁଗୁଡ଼ା ୪୨.୬, ସମ୍ବଲପୁର ୪୨.୩, କେନ୍ଦୁଝର ୪୨, ହୀରାକୁଦ ୪୧.୮ ରାଉରକେଲା ୪୧.୮, ବାଲେଶ୍ବର ଓ ଚାନ୍ଦବାଲି ୪୧.୨, ପୁରୀ ୩୩.୬, ପାରାଦୀପ ୩୩.୫, ଗୋପାଳପୁର ୩୨.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ସେହିଭଳି ଦିନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ୱରରେ ୪୦.୬°, ଝାରସୁଗୁଡାରେ ୪୦°, କେନ୍ଦୁଝରରେ ୪୦°, ସମ୍ବଲପୁରରେ ୩୯.୭°, ହୀରାକୁଦରେ ୩୯°, ରାଉରକେଲାରେ ୩୮.୪°, ଭୁବନେଶ୍ୱରରେ ୩୮°, ପୁରୀରେ ୩୩.୬°, ପାରାଦୀପରେ ୩୨.୪°, ଗୋପାଳପୁରରେ ୩୨.୪ ° ତାପମାତ୍ରା ରେକର୍ଡ କରାଯାଇଥିଲା ।
ସେହିଭଳି ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରରେ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଭବାନୀପାଟଣାରେ ୩୬.୨, ବଲାଙ୍ଗିର ୩୫.୪, ମାଲକାନଗିରି ୩୫, ଝାରସୁଗୁଡ଼ା ୩୪.୮, ବାଲେଶ୍ବର ୩୪.୬, ରାଉରକେଲା ୩୪.୪ ଡିଗ୍ରୀ ତାପାମାତ୍ରା ରେକର୍ଡ ହୋଇଥିଲା ।
You Can Read :