ନୂଆଦିଲ୍ଲୀ: ହଲିଉଡ୍ ଚର୍ଚ୍ଚିତ ଯୋଡ଼ି ଜେନିଫର ଲୋପେଜ ଏବଂ ବେନ ଆଫ୍ଲେକଙ୍କ ପ୍ରେମ କାହାଣୀ ପୁଣି ଥରେ ଶେଷ ହେବାକୁ ଯାଉଛି। ହଲିଉଡ ଅଭିନେତ୍ରୀ ତଥା ଗାୟିକା ଜେନିଫର ଲୋପେଜ ଏବଂ ଅଭିନେତା ବେନ ଆଫ୍ଲେକ ପରସ୍ପରକୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ଗତ କିଛି ଦିନରୁ ଉଭୟଙ୍କର ଛାଡ଼ପତ୍ର ନେଇ ଖବର ଆସୁଥିଲା। ଅବଶ୍ୟ ଛାଡ଼ପତ୍ର ଖବର ଉପରେ ଉଭୟ ଚୁପ୍ ରହିଆସିଛନ୍ତି।
ହେଲେ ଏବେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବେନ ଆଫ୍ଲେକ ଏବଂ ଜେନିଫର ଲୋପେଜ ଅଲଗା ହୋଇସାରିଛନ୍ତି । ଦୁହେଁ ଛାଡ଼ପତ୍ରରେ ଦସ୍ତଖତ ମଧ୍ୟ କରିସାରିଛନ୍ତି। କେବଳ ଘୋଷଣା କରିବା ବାକି ରହିଛି। ଡେଲି ମେଲ୍ର ରିପୋର୍ଟ ଅନୁଯାୟୀ, ସିଙ୍ଗର ଜେନିଫର ଲୋପେଜ ଏବଂ ଅଭିନେତା ବେନ୍ ଆଫ୍ଲେକ ଛାଡ଼ପତ୍ର ଡକ୍ୟୁମେଣ୍ଟରେ ଦସ୍ତଖତ କରିସାରିଛନ୍ତି। କେବଳ ଘୋଷଣା କରିବା ବାକି ରହିଛି।
ସୂଚନାଥାଉକି, ଏହି ଯୋଡ଼ି ୨୦୦୨ରେ ନିର୍ବନ୍ଧ କରିଥିଲେ । କିନ୍ତୁ ଏହି ସମ୍ପର୍କ ବେଶୀ ଦିନ ତିଷ୍ଠି ନଥିଲା। ୨୦୨୨ରେ ଉଭୟ ପୁଣି ଏକାଠି ହୋଇଥିଲେ। ବିବାହ ମଧ୍ୟ କରିଥିଲେ। କିନ୍ତୁ ଏବେ ଦୁଇ ବର୍ଷ ପରେ ଅଲଗା ହେଉଛନ୍ତି । ସୂତ୍ରରୁ ଅନୁସାରେ, ଜେନିଫର ବେନ୍ଙ୍କୁ ଖୁବ୍ ଭଲ ପାଆନ୍ତି। ସେ ଅନେକ ଦିନ ଧରି ଏହି ସମ୍ପର୍କକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାହା ହୋଇପାରିନଥିଲା। ମାସେ ତଳେ ଉଭୟ ନିଜ ବଙ୍ଗଳା ଛାଡ଼ିଥିଲେ ଏବଂ ବାହାରେ ଅଲଗା ରହୁଥିଲେ। ଏହି ଯୋଡ଼ଙ୍କୁ ଶେଷ ଥର ପାଇଁ ମେ ୩୦ରେ ଏକାଠି ଦେଖିବାକୁ ମିଳିଥିଲା।