ସମ୍ବଲପୁର ୩୧।୧୦: ବାତ୍ୟା ଦାନାର ସଫଳ ମୁକାବିଲା ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମା’ ସମଲେଇଙ୍କ ଦର୍ଶନ କରିଛନ୍ତି । ବାତ୍ୟା ମୁକାବିଲାରେ ତାଙ୍କ ବିଭାଗ ସଫଳ ହେଉ ବୋଲି ସେ ମା’ଙ୍କୁ ପୂର୍ବରୁ ସ୍ମରଣ କରିଥିବା କହିଛନ୍ତି । ମା’ ଡାକ ଶୁଣିବା ସହ ଜିରୋ କାଜୁଆଲଟି ହେବାରୁ ଆଜି ମା’ଙ୍କୁ ଦର୍ଶନ କରିଛନ୍ତି । ଏହାସହ ସମସ୍ତ ବିଭାଗ, ଅଗ୍ନିଶମ, ଓଡ୍ରାଫ୍ଟ, ଏନଡିଆରଏଫ ସମସ୍ତ ସଫଳତାର ସହ କାମ କରିଛନ୍ତି । ଏହାସହ ଆଶା ଦିଦି ଶିବାନୀ ମଣ୍ଡଳ ଓ ଆମ୍ବୁଲାନ୍ସ କର୍ମଚାରୀ ମାନସ ମଲ୍ଲିକଙ୍କ ସେବା କାର୍ଯ୍ୟ ପ୍ରଶଂସନୀୟ ବୋଲି ସୁରେଶ ପୂଜାରୀ କହିଛନ୍ତି । ଏହା ନୂଆ ସରକାର ପାଇଁ ଚ୍ୟାଲେଞ୍ଜ ଥିଲା ଓ ମା’ ସମଲେଇଙ୍କ ଆଶୀର୍ବାଦରୁ ତାହା ସଫଳ ହୋଇଥିବା କହିଛନ୍ତି । ଏପରିକି କ୍ଷୟକ୍ଷତି ମଧ୍ୟ ବିଶେଷ ହୋଇନଥିବା ମନ୍ତ୍ରୀ କହିଛନ୍ତି ।
You Can Read: