ନାବାଳିକା ଛାତ୍ରୀ ପ୍ରସବ ଘଟଣା ପରେ ଚେତିଲା ଜିଲ୍ଲା ପ୍ରଶାସନ, ସମସ୍ତ ଆବାସିକ ବିଦ୍ୟାଳୟରେ ଲାଗୁ ହେଲା ଏସବୁ ନିୟମ

Published By : Prameya-News7 Bureau | February 27, 2025 IST

News7

କୋରାପୁଟ: ମାଲକାନଗିରି ଜିଲ୍ଲାରେ ୧୦ଶ୍ରେଣୀ ନାବାଳିକା ଛାତ୍ରୀ ପ୍ରସବ ଘଟଣା ପରେ ଚେତିଛି ପ୍ରଶାସନ। କୋରାପୁଟରେ ସମସ୍ତ ବାଳିକା ଆବାସିକ ବିଦ୍ୟାଳୟରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲାର ୧୬୭ ଆବାସିକା ବିଦ୍ୟାଳୟ ଭିତରକୁ ପ୍ରବେଶ କଡ଼ାକଡ଼ି ଭାବରେ ବାରଣ କରିବା ସହ ଖରାପ ସିସିଟିଭି ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି।

କୋରାପୁଟ ଜିଲ୍ଲାରେ ୧୮ ଆବାସିକା ବାଳିକା ଉଚ୍ଚ ବିଦ୍ୟାଳୟରେ ୬୪୭୪ ସହ ୧୯ ଆବାସିକା ଉଚ୍ଚ ବିଦ୍ୟାଳୟରେ ୨୨୧୦ ବାଳିକା ପାଠ ପଢୁଛନ୍ତି। ଆବାସିକା ବିଦ୍ୟାଳୟରେ ନିୟୋଜିତ ୪୭ ANMଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ସୁନିଲ କୁମାର ତାଣ୍ଡି ସୂଚନା ଦେଇଛନ୍ତି।

ସେହିପରି କୋରାପୁଟ ପରେ ଯାଜପୁର ବରି ଅଞ୍ଚଳରୁ ଆସିଛି ଛାତ୍ରୀ ପ୍ରସବ ଅଭିଯୋଗ। ଛାତ୍ରୀ ଜଣକ ପୂର୍ବରୁ ମାଟ୍ରିକ ପରୀକ୍ଷାର ଦୁଇଟି ବିଷୟ ରେ ପରୀକ୍ଷା ଦେଇଥିବା ବେଳେ ଆଜି ବି ପରୀକ୍ଷା ଥିଲା କିନ୍ତୁ ଭୁଧବାର ତାଙ୍କର ଶାରୀରିକ ଅସୁସ୍ଥତା   ହେବାରୁ ତାଙ୍କୁ ବରି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେ ଏକ ଶିଶୁ କନ୍ୟା ଜନ୍ମ କରିଥିଲେ l ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉ ଥିବା ଏଡିଏମଓ କହିଛନ୍ତି l ସେପଟେ ମେଡିକାଲକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.