କଡା କଟକଣା ସତ୍ତ୍ବେ କେମିତି ଭାଇରାଲ ହେଉଛି ଫଟୋ, ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ

Published By : Prameya-News7 Bureau | June 03, 2024 IST

ପୁରୀ ୩/୬: ପୁଣି ପଦାରେ ପଡିଲା ଶ୍ରୀମନ୍ଦିର ଢିଲା ସୁରକ୍ଷା ବ୍ୟବସ୍ଥା । ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଫଟୋ।‌ ଶ୍ରୀମନ୍ଦିର ଭିତରେ ସେଲ୍‌ଫି ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କଲେ ଭକ୍ତ। ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବା ୨ ଜଣ ଭକ୍ତ ଶ୍ରୀମନ୍ଦିର ଭିତର ବେଢାରେ ସେଲ୍‌ଫି ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହା ଏବେ ଭାଇରାଲ ହୋଇଛି । 

କଡା କଟକଣା ଓ ସୁରକ୍ଷାକର୍ମୀ ମୁତୟନ ସତ୍ତ୍ବେ କେମିତି ୨ ଜଣ ଭକ୍ତ ଫଟୋ ଉଠାଇଲେ ଆଉ ସୁରକ୍ଷା କର୍ମୀ ଦେଖିପାରିଲେନି ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଫଟୋ ଭାଇରାଲ କରିଥିବା ୨ଜଣ ବ୍ୟକ୍ତି କେଉଁ ସ୍ଥାନର ଓ କଡା କଟକଣା ସତ୍ତ୍ବେ ମୋବାଇଲ କେମିତି ଭିତରକୁ ନେଲେ ତାକୁ ନେଇ ପ୍ରଶ୍ନ ଉଠିଛି । ପୋଲିସ ତୁରନ୍ତ ତଦନ୍ତ କରିବା ସହ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ ଆକ୍ସନ ନେବାକୁ ଦାବି ହୋଇଛି ।

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.