ବାତ୍ୟାଜନିତ ଫସଲ କ୍ଷୟକ୍ଷତିର ସମୀକ୍ଷା କଲେ କୃଷିମନ୍ତ୍ରୀ, ରାଜ୍ୟରେ ୭୯ ହଜାର ୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ

Published By : Prameya-News7 Bureau | October 26, 2024 IST

ଭୁବନେଶ୍ବର ୨୬।୧୦: କୃଷି ଭବନରେ ବାତ୍ୟା ଜନିତ ଫସଲ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେ.ଭି. ସିଂହଦେଓ । ବାତ୍ୟା କ୍ଷୟକ୍ଷତି ନେଇ ପ୍ରତିକ୍ରିୟା ରଖିଛନ୍ତି କୃଷିମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ପ୍ରାଥମିକ ଆକଳନ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୭୯ ହଜାର ୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । କେନ୍ଦ୍ରାପଡା, ଯାଜପୁର, ବାଲେଶ୍ବର ଓ ଭଦ୍ରକରେ ଚାଷ ଜମି ଅଧିକ ପ୍ରଭାବିତ ହୋଇଛି । ୧ ଲକ୍ଷ ୯୯ ହଜାର ୧୭୭ ଏକର ଜମିରେ ଚାଷ କ୍ଷୟକ୍ଷତି ହୋଇଛି । କେନ୍ଦ୍ରାପଡ଼ାରେ ୨୩ ହଜାର ହେକ୍ଟର ଜମିରେ ଚାଷ କ୍ଷତି ହୋଇଛି । ସର୍ବାଧିକ ରାଜକନିକା, ଆଳି, ମହlକlଳପଡ଼ା କ୍ଷତିଗ୍ରସ୍ତ ହୋଇଛି । 

ଭଦ୍ରକରେ ୨୪ ହଜାର ୧୧୫ ହେକ୍ଟର ଜମିରେ ଚାଷ କ୍ଷତି ହୋଇଛି । ବାସୁଦେବପୁର, ଚାନ୍ଦବାଲି, ଭଣ୍ଡାରିପୋଖରି, ଧାମନଗରରେ ଚାଷ କ୍ଷୟକ୍ଷତି ହୋଇଛି । ବାଲେଶ୍ବରରେ ୩୧୪୦ ହେକ୍ଟର ଜମରେ ଚାଷ କ୍ଷତି ହୋଇଛି । ସେହିପରି ମୟୂରଭଞ୍ଜରେ ମୋଟ୍ ୨୩୮୧ ହେକ୍ଟର ଚାଷ ଜମି କ୍ଷୟକ୍ଷତି ହୋଇଛି । ଯାଜପୁରରେ ୨୭୦୯, ଜଗସସିଂହପୁର ୨୪୯୮ ହେକ୍ଟର ଜମି କ୍ଷୟକ୍ଷତି ହୋଇଛି ।

ବୈଠକରେ କୃଷି ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରଭାବିତ ହୋଇଥିବା ଜିଲ୍ଲାର ଜିଲ୍ଲାପାଳ ମାନେ ଭିସି ଜରିଆରେ ବୈଠକରେ ସାମିଲ ହୋଇଛନ୍ତି ।


You Can Read:

ବାତ୍ୟା ବେଳେ କାର୍ଯ୍ୟରେ ଅବହେଳା, ନିଲମ୍ବିତ ହେଲେ ୩ RI ଓ ଜଣେ PEO


 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.