ବାରିପଦା ୧୫/୨: ଲୁଚି ଛପି ପଶି ଶିକାର କରିଥିଲେ । କିନ୍ତୁ ସେମାନଙ୍କୁ ଦେଖି ନେଇଛି କ୍ୟାମେରା ଲେନ୍ସ । କ୍ୟାମେରାରେ କଏଦ ଫଟୋକୁ ଆଧାର କରି ପୋଲିସ ସେମାନଙ୍କ ନିକଟରେ ପହଞ୍ଚିଛି । ଶିମିଳପାଳରୁ ଆସିଛି ଖବର । ଶିମିଳିପାଳ ଅଭୟାରଣ୍ୟରେ ପଶି ଶିକାର କରୁଥିବା ୬ ଶିକାରୀଙ୍କୁ ଗିରଫ କରାଯାଇଛି । ଗିରଫ ୬ ଜଣ ହେଲେ ଖୁଣ୍ଟା ଥାନା ଭୂପଡ ଅଞ୍ଚଳର ବୁଦ୍ଧିଆ ହେମ୍ବ୍ରମ, ସୁବର୍ଣ୍ଣମଞ୍ଜରୀ ଅଞ୍ଚଳର ରଥ ସିଂ, ବାଉଲା ସିଂ,ନୂଆଗାଁ ଅଞ୍ଚଳର ମିଥୁନ ହେମ୍ବ୍ରମ,ଲକ୍ଷ୍ମଣ ସୋରେନଓ ପ୍ରଧାନ ସୋରେନ । ସେମାନଙ୍କ ନିକଟରୁ ୩ଟି ଦେଶୀ ବନ୍ଧୁକ ସହ ଗୋଟିଏ ଜାଲ ଜବତ କରାଯାଇଛି ।
ଗିରଫ ୬ ଶିକାରୀ ବେଆଇନ ଭାବେ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରି ମାଉସ ଡିଅର ଶିକାର କରିଥିଲେ। ତେବେ AI କ୍ୟାମେରା ଫୋଟକୁ ଆଧାର କରି ସେମାନଙ୍କୁ ଗିରଫ କରାଯିବା ସହିତ ତାଙ୍କ ନିକଟରୁ ୩ଟି ଦେଶୀ ବନ୍ଧୁକ ସହିତ ଗୋଟିଏ ଜାଲ ଜବତ କରାଯାଇଛି। ସମସ୍ତଙ୍କୁ ବାରିପଦା ସ୍ଥିତ CJM କୋର୍ଟକୁ ଚାଲାଣ କରାଯାଇଥିବା କହିଛନ୍ତି ଶିମିଳିପାଳ ଡେପୁଟି ଡାଇରେକ୍ଟର ସମ୍ରାଟ ଗୌଡା।