ବାଲିଯାତ୍ରା ୨୦୨୫
LIVE TV

ଛାଡପତ୍ର ଚର୍ଚ୍ଚାରେ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ ମାହି ବିଜ୍‌, ଟିମ୍‌ ଦେଲେ ସୂଚନା

NEWS7
aicc-star-campaigner-sachin-pilot-campaign-at-balasore

ମୁମ୍ବାଇ,୦୯। ୧୧: ହସ୍ପିଟାଲରେ ଭର୍ତ୍ତି ଟିଭି ଷ୍ଟାର ତଥା ଜୟ ଭାନୁଶାଲିଙ୍କ ପତ୍ନୀ ମାହି ଜ। ତାଙ୍କୁ ପ୍ରବଳ ଜ୍ୱର ଏବଂ ଗୁରୁତର ଦୁର୍ବଳତା ଯୋଗୁଁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ତାଙ୍କ ପିଆର ଟିମ୍ ଗୁରୁବାର ଏନେଇ ସୂଚନା ଦେହା ସହ ହସ୍ପିଟାଲରୁ ଏକ ଫଟୋ ସେୟାର କରିଛନ୍ତି ।

ଯେଉଁଥିରେ ଅଭିନେତ୍ରୀ ହସ୍ପିଟାଲ ବେଡରେ ଶୋଇଥିବାର ନଜର ଆସିଛନ୍ତି ।ତେବେ ଏହି ଖବର ଆସିବା ପରେ ଫ୍ୟାନ୍ସ ତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି । ମାହିଙ୍କ ପିଆର ଅବନ୍ତିକା ସିହ୍ନା କହିଛନ୍ତି, ମାହିଙ୍କୁ ପ୍ରବଳ ଜ୍ୱର ଏବଂ ଗୁରୁତର ଦୁର୍ବଳତା ଅଛି, ଯାହା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରମାନେ ବର୍ତ୍ତମାନ ତାଙ୍କର ପରୀକ୍ଷା କରୁଛନ୍ତି । ଆମେ ବର୍ତ୍ତମାନ ଅଧିକ ବିବରଣୀ ସେୟାର କରିପାରିବୁ ନାହିଁ।" ତେବେ ଏହି ଖବର ଏଭଳି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ମାହି ସ୍ୱାମୀ ଜୟ ଭାନୁଶାଲିଙ୍କ ସହ ତାଙ୍କ ବିବାହ ବିଚ୍ଛେଦ ନେଇ ଶିରୋନାମାରେ ରହିଛନ୍ତି ।

ପ୍ରକାଶ ଥାଉକି, ଜୟ ଏବଂ ମାହିଙ୍କ ଛାଡପତ୍ରର ଗୁଜବ ସାମ୍ନାକୁ ଆସିଛି । ଏପର୍ଯ୍ୟନ୍ତ କୌଣସି ନିଶ୍ଚିତତା ମିଳିନାହିଁ। ଜୟ କିମ୍ବା ମାହି କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି । ପ୍ରକୃତରେ, ସେମାନଙ୍କ ସମ୍ପର୍କକୁ ସମର୍ଥନ କରି, ମାହି ସମ୍ପ୍ରତି କୌଣସି ପ୍ରମାଣ ବିନା ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୁଦ୍ଧରେ ସୋସିଆଲ ମିଡିଆରେ ମାମଲା ରୁଜୁ କରିବାକୁ ଧମକ ଦେଇଛନ୍ତି ।