ନୂଆଦିଲ୍ଲୀ, ୧୦/୦୮: ନୂଆ ରୂପରେ ଆସିବ ଏୟାର ଇଣ୍ଡିଆ। ଦେଶର ସବୁଠୁ ବଡ଼ ବିମାନ କମ୍ପାନି ଏୟାର ଇଣ୍ଡିଆ ଏହାର ନୂଆ ଲୋଗୋ ଏବଂ ବ୍ରାଣ୍ଡ୍ର ନୂଆ ରୂପରେଖ ଉନ୍ମୋଚନ କରିଛି। ଯେଉଁଥିରେ ବ୍ରାଣ୍ଡ୍ ସହ ଜଡ଼ିତ ନୂଆ ରଙ୍ଗ, ଚିହ୍ନ ଆଦି ରହିଛି। ଗୁରୁବାର ଦିଲ୍ଲୀରେ ଏକ ଇଭେଣ୍ଟରେ କମ୍ପାନି ଏହାର ଏହି ନୂଆ ଲେଗୋକୁ ଅନାବରଣ କରିଛି।
ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏୟାର ଇଣ୍ଡିଆ ନିଜର ବିକାଶ ଦିଗରେ ଆଉ ଏକ ପାଦ ଆଗେଇଛି। ଆଉ ଏହାର ଲୋଗୋ ଏବଂ ବିମାନର ରୂପରେଖରେ ପରିବର୍ତ୍ତନ କରିଛି। ନୂଆ ଲୋଗୋରେ ପୂର୍ବଭଳି ଲାଲ୍ ଏବଂ ଧଳା ରହିଥିବାବେଳେ ନୂଆ କରି ବାଇଗଣୀ ରଙ୍ଗକୁ ସ୍ଥାନ ଦିଆଯାଇଛି। ଏହି ନୂଆ ଲୋଗୋକୁ ‘ଦ ଭିଷ୍ଟା’ ନାମରେ ଜଣାଯିବ। ଏୟାରଲାଇନ ଏହା ସହ ବିମାନର ପୁଚ୍ଛର ନୂଆ ଡିଜାଇନ୍ର ଏବଂ ଥିମ୍ ସଙ୍ଗୀତ ମଧ୍ୟ ଲଞ୍ଚ କରିଛି ।
wp:html/wp:htmlRevealing the bold new look of Air India.
— Air India (@airindia) August 10, 2023
Our new livery and design features a palette of deep red, aubergine, gold highlights and a chakra-inspired pattern.
Travellers will begin to see the new logo and design starting December 2023.#FlyAI #NewAirIndia
*Aircraft shown are… pic.twitter.com/KHXbpp0sSJ
ଆହୁରି ପଢ଼ନ୍ତୁ:ପ୍ରତି ମାସରେ ୬୦୦ କ୍ୟାବିନ କର୍ମଚାରୀ ଓ ପାଇଲଟ୍ ନିଯୁକ୍ତି ଦେବ ଏୟାର ଇଣ୍ଡିଆ: ସିଇଓ
ନୂଆ ଲୋଗୋ ଏୟାରଲାଇନ୍ର ପ୍ରସିଦ୍ଧ ମହରାଜା ମାସ୍କଟର ଆଧୁନିକ ରୂପ। ବରଂ ଆହୁରି ଆକର୍ଷଣୀୟ ଡିଜାଇନ ରହିଛି। ନୂଆ ଲୋଗୋକୁ ନେଇ ଟାଟା ସନ୍ସ ଅଧ୍ୟକ୍ଷ ଚନ୍ଦ୍ରଶେଖରନ କହିଛନ୍ତି ‘‘ନୂଆ ଲୋଗୋ ଏହାର ଅସୀମ ସମ୍ଭାବନା ଏବଂ ଆତ୍ମବିଶ୍ବାସକୁ ଦର୍ଶାଉଛି।’’
ସୂଚନାଥାଉକି, ୨୦୨୨ ଜାନୁଆରୀରେ ଟାଟା ସନ୍ସ ଏୟାର ଇଣ୍ଡିଆର ଅଧିଗ୍ରହଣ କରିଥିଲା। ଏହା ପରେ ଏୟାର ଇଣ୍ଡିଆ ଏବଂ ଭିସ୍ତାରାର ମିଶ୍ରଣ ନେଇ ଘୋଷଣା କରିଥିଲା। ଏହି ମିଶ୍ରଣ ୨୦୨୪ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଛି।