ଏନସିପିର କାର୍ଯ୍ୟକାରୀ ବୈଠକରେ ପୋଷ୍ଟରରୁ ଗାଏବ ଅଜିତ୍ ପାଓ୍ଵାର, ନେତା କହିଲେ...

Published By : Prameya-News7 Bureau | June 28, 2023 IST

ନୂଆଦିଲ୍ଲୀ: ବିଗତ ଦିନରେ ବିଦ୍ରୋହୀ ଆଭିମୁଖ୍ୟ ଆପଣେଇଥିବା ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନସିପି) ନେତା ଅଜିତ୍ ପାଓ୍ଵାର ଏବେ ଏବେ ପାର୍ଟିରେ ଏକ ଘରିଆ ହୋଇ ଯାଉଥିବା ଦେଖିବାକୁ ମିଳିଛି। ଦଳରେ ତାଙ୍କୁ ଆଉ ସେତେଟା ଗୁରୁତ୍ଵ ଦିଆଯାଉନାହିଁ। ଏହାର ଝଲକ ଦେଖିବାକୁ ମିଳିଛି ବୁଧବାର ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ। ବୈଠକରେ ଲଗାଯାଇଥିବା ପୋଷ୍ଟରରେ ଅଜିତ୍ ପାଓ୍ଵାରଙ୍କ ଫଟୋ ଗାଏବ ରହିଛି। ପୋଷ୍ଟରରେ ପାର୍ଟି ଅଧ୍ୟକ୍ଷ ଶରଦ ପାଓ୍ଵାର, କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେ ଏବଂ ପ୍ରଫୁଲ ପଟେଲ୍।

ଏନସିପିର ସଂଗଠନରେ ଏବେ ପରିବର୍ତ୍ତନ ଆସିଛି। ଶରଦଙ୍କ ପୁତୁରା ଅଜିତ୍ ପାଓ୍ଵାର ତାଙ୍କୁ ଦଳରେ ସଂଗଠନ ଦାୟିତ୍ଵ ଦିଆଯାଉ ବୋଲି ଦାବି କରିଥିଲେ। ଅଜିତ୍ ପାଓ୍ଵାର କହିଛନ୍ତି ମୋତେ ବିଧାନସଭାର ବିରୋଧୀ ଦଳ ନେତା ପଦରୁ ହଟାଯାଉ ବୋଲି ପାର୍ଟିକୁ କହିଛି। ମୁଁ ପାର୍ଟିର ସାଙ୍ଗଠନିକ କାମ ବୁଝିବାକୁ ଚାହେଁ। ପାର୍ଟି ଯାହା ଦାୟିତ୍ଵ ଦେବ ତାହା କରିବାକୁ ପ୍ରସ୍ତୁତ ବୋଲି ପାଓ୍ଵାର କହିଛନ୍ତି।

Ajit Pawar missing from NCP posters

ନିଜ ପୁତୁରାଙ୍କ ଏମିତି ଅନୁରୋଧ ଉପରେ ପ୍ରତିକ୍ରିୟା ଦେଇ ଶରଦ ପାଓ୍ଵାର କହିଛନ୍ତି, ଏମିତି ନିର୍ଣ୍ଣୟ ଜଣେ ବ୍ୟକ୍ତିଙ୍କ ଦ୍ଵାରା ନିଆଯାଇ ପାରିବ ନାହିଁ। ପାର୍ଟିର ପ୍ରମୁଖ ନେତା ଏହା ଉପରେ ବୈଠକ କରି ନିର୍ଣ୍ଣୟ ନେବେ। ଅଜିତ୍ ମଧ୍ୟ ବୈଠକରେ ରହିବେ ଏବେଂ ତାଙ୍କ ଉପସ୍ଥିତିରେ ହିଁ କିଛି ନିର୍ଣ୍ଣୟ ନିଆଯିବ। ଆଜି ପାର୍ଟିରେ ପ୍ରତ୍ୟେକଙ୍କ ନିକଟରେ ପାର୍ଟି ସଂଗଠନରେ କାମ କରିବାର ଭାବନା ରହିଛି ଏବଂ ଅଜିତ୍ ଏହା ଉପରେ ବିଚାର କରିଛନ୍ତି ବୋଲି ଶରଦ ପାଓ୍ଵାର କହିଛନ୍ତି।

ନିକଟରେ ଶରଦ ପାଓ୍ଵାର ନିଜର ଝିଅ ତଥା ଲୋକସଭା ସଦସ୍ୟ ସୁପ୍ରିୟା ସୁଲେଙ୍କୁ ଦଳର କାର୍ଯ୍ୟକାରି ଅଧ୍ୟକ୍ଷ ଦାୟିତ୍ଵ ଦେଇଥିଲେ। ଏଥିସହ ପ୍ରଫୁଲ ପଟେଲ୍‌ଙ୍କୁ ଅନ୍ୟ ରାଜ୍ୟ ପାଇଁ କାର୍ଯ୍ୟକାରୀ ସଭାପତି ଦାୟିତ୍ଵ ଦିଆଯାଇଛି।

wp:heading {"level":4}

ଏ ଖବର ପଢନ୍ତୁ- ବଡ଼ ଧରଣର ପରିବର୍ତ୍ତନ ପ୍ରସ୍ତୁତିରେ ବିଜେପି, ଧର୍ମେନ୍ଦ୍ର ପ୍ରଧାନ ଓ ଭୂପେନ୍ଦ୍ର ଯାଦବଙ୍କୁ ମିଳିବ ନୂଆ ଦାୟିତ୍ୱ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.