ମୁମ୍ଵାଇ ୨୫।୦୭: ବଲିଉଡ୍ର ଖିଲାଡି କୁମାର ଅକ୍ଷୟ କୁମାର । ତାଙ୍କ ବୃତ୍ତିଗତ ଜୀବନ ସେତେ ଭଲରେ ଚାଲିନାହିଁ। ତାଙ୍କର ଚଳଚ୍ଚିତ୍ରଗୁଡ଼ିକ ଫ୍ଲପ୍ ହେଉଛି। ୨୦୨୨ ପରଠାରୁ, ତାଙ୍କର କେବଳ ଗୋଟିଏ ଚଳଚ୍ଚିତ୍ର ହିଟ୍ ହୋଇଛି । ତାହା ପୁଣି OMG 2 । ଆଉ ବାକି ସବୁ ଫ୍ଲପ୍ ହୋଇଛି । ବର୍ତ୍ତମାନ ପ୍ରେକ୍ଷାଳୟରେ ସରଫିରା ରିଲିଜ ହୋଇଛି। ହେଲେ ଫିଲ୍ମଟି ଦର୍ଶକଙ୍କୁ ସେତେ ପସନ୍ଦ ଆସୁ ନାହିଁ । ଅଭିନେତା ସାକ୍ଷାତକାରରେ ତାଙ୍କର ଫ୍ଲପ୍ ଚଳଚ୍ଚିତ୍ର ବିଷୟରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆର୍ଥିକ ସ୍ଥିତିକୁ ନେଇ କିଛି ଖୁଲାସା କରିଛନ୍ତି।
ଏକ ସାକ୍ଷାତକାରରେ ଅକ୍ଷୟଙ୍କୁ ପଚାରିଥିଲେ କି ବ୍ୟବସାୟରେ କେହି ଆପଣଙ୍କୁ ପ୍ରତାରଣା କରିଛନ୍ତି କି? ତା’ପରେ ଅକ୍ଷୟ କାହାର ନାମ ନ ରଖି ସେ କହିଥିଲେ, 'ଏହା ଏକ ସାଧାରଣ କଥା। ଜଣେ ନୁହେଁ ଦୁଇ ଜଣ ପ୍ରଡ୍ୟୁସରଙ୍କ ପେମେଣ୍ଟ ଆସିନାହିଁ ଏବଂ ଏପର୍ଯ୍ୟନ୍ତ ବହୁତ ଟଙ୍କା ବକେୟା ଅଛି। ଏହା ତ ଚିଟିଂ। ସେମାନେ ଯେତେବେଳେ କିଛି କୁହନ୍ତି ନାହିଁ। ମୁଁ ଏ ବିଷୟରେ ମଧ୍ୟ କଥାବାର୍ତ୍ତା କରେ ନାହିଁ । ତାପରେ ସେଠାରୁ ଚାଲି ଆସେ।
ନିକଟରେ ଏକ ସାକ୍ଷାତକାରରେ ଅକ୍ଷୟ ଫ୍ଲପ୍ ଚଳଚ୍ଚିତ୍ର ବିଷୟରେ କହିଥିଲେ, 'ମୁଁ ମୋର କ୍ୟାରିୟର ଆରମ୍ଭରେ ଏହି ଜିନିଷର ମୁକାବିଲା କରିବାକୁ ଶିଖି ଯାଇଥିଲି। ଏହା କଷ୍ଟଦାୟକ, କିନ୍ତୁ ଫିଲ୍ମର ଭାଗ୍ୟ ପରିବର୍ତ୍ତନ ହୋଇପାରିବ ନାହିଁ। ଏହା ଆପଣଙ୍କ ନିୟନ୍ତ୍ରଣ ବାହାରେ। ମୁଁ ମୋ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଥାଏ ଏବଂ ପୂର୍ଣ୍ଣ ଶକ୍ତି ପ୍ରୟୋଗ କରେ ।