ନୂଆଦିଲ୍ଲୀ: ଇଣ୍ଡୋନେସିଆ ଏବଂ କେନିଆରେ ମଧ୍ୟ ମିଡ୍ଡେ ମିଲ୍ ଯୋଜନା ଆରମ୍ଭ କରିବାକୁ ଯୋଜନା କରୁଛି ଅକ୍ଷୟ ପାତ୍ର ଫାଉଣ୍ଡେସନ। ଏହି ପଦକ୍ଷେପ ଏଭଳି ସମୟରେ ଆସିଛି ଯେତେବେଳେ ଭାରତ ଅନ୍ୟ ଦେଶଙ୍କ ସହ ବାଣିଜ୍ୟିକ ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ଚାହୁଛି।
ପ୍ରକୃତରେ ଇଣ୍ଡୋନେସିଆ ଦେଶରେ ସ୍କୁଲ ପିଲାଙ୍କ ପାଇଁ ଏକ ମାଗଣା ମିଲ୍ ଯୋଜନା ଲଞ୍ଚ କରିବାକୁ ଯାଉଛି। ଏହି ଯୋଜନା, ଭାରତର ମଧ୍ୟାହ୍ନ ଭୋଜନ ଯୋଜନାରୁ ଅନୁପ୍ରାଣିତ।ତେବେ ଏହି ଯୋଜନା ନେଇ ସ୍ପଷ୍ଟ ହୋଇନାହିଁ। ଇଣ୍ଡୋନେସିଆ ହେଉଛି ଦକ୍ଷିଣପୂର୍ବ ଏସିଆର ସର୍ବବୃହତ ଅର୍ଥନୀତି।
ସୂଚନାଥାଉକି, ଅକ୍ଷୟ ପାତ୍ର ହେଉଛି ଦୁନିଆର ସବୁଠୁ ବଡ଼ ଅଣ ଲାଭକାରୀ ସ୍କୁଲ ଭୋଜନ ଯୋଗାରକାରୀ ସଂସ୍ଥା। ଏହି ସଂସ୍ଥା ଭାରତର ୧୬ ରାଜ୍ୟ ଏବଂ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳର ୭୫ଟି ସ୍ଥାନରେ ୨୩,୧୧୦ ସରକାରୀ ସ୍କୁଲ ଏବଂ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ପ୍ରତିଦିନ ୨ ମିଲିୟନରୁ ଅଧିକ ପିଲାଙ୍କୁ ଭୋଜନ ଯୋଗାଉଛି। ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ଅବହେଳିତ ପିଲାଙ୍କ ଠାରେ ପୋଷଣ ଏବଂ ଶିକ୍ଷାକୁ ପ୍ରୋତ୍ସାହିତ କରିବା ।
ସୂଚନାଥାଉକି, ୧୯୯୫ ଅଗଷ୍ଟ ୧୫ରେ ଭାରତ ସରକାର ପ୍ରାଥମିକ ଶିକ୍ଷା ପାଇଁ ପୋଷଣ ସହାୟତା ପାଇଁ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ଲଞ୍ଚ କରିଥିଲେ। ୨୦୨୧ରେ ଏହି ଯୋଜନାକୁ ପିଏମ ପୋଷଣ ଯୋଜନା ନାମରେ ନାମିତ କରାଯାଇଥିଲା।କେନ୍ଦ୍ରୀୟ ବଜେଟ ୨୦୨୪ରେ ପୋଷଣ ଅଭିଯାନ ଅନ୍ତର୍ଗତ ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୧୨, ୪୬୭ କୋଟି ଟଙ୍କା ଆବଣ୍ଟନ କରିଛନ୍ତି।