ମୁମ୍ୱାଇ ୧୮/୦୩: ସାରା ଦୁନିଆକୁ ଥରାଇ ରଖୁଥିଲା । ନାଁ ଶୁଣିଲେ ଥରୁଥିଲେ ଶତ୍ରୁ । ସେ ଆଉ କେହି ନୁହଁନ୍ତି ସେ ଥିଲେ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେନ । ହେଲେ ସେ ବି ଥିଲା କାହାର ଜବରା ଫ୍ୟାନ୍ । ଯେବେ ଓସାମା ଆତଙ୍କୀର ସାମ୍ରାଜ୍ୟ ମାଟିରେ ମିଶିଲା, ସେବେ ସାମ୍ନାକୁ ଆସିଲା ସବୁ ସତ । ଜଣାପଡିଥିଲା କି, ସେ ଗୀତ ଶୁଣିବାକୁ ବହୁତ ପସନ୍ଦ କରୁଥିଲା ।
ଖାସ୍ କରି ଅଲକା ୟାଗ୍ନିକଙ୍କ ସଂଗୀତର ଜବରଦସ୍ତ ଫ୍ୟାନ୍ ଥିଲା ଲାଡେନ୍ । ଏକଥା ସାମ୍ନାକୁ କେମିତି ଆସିଥିଲା, ଯେବେ CIA ଓସାମାର ଠିକଣା ଉପରେ ଚଢାଉ କରିଥିଲା । ରେଡ୍ ପରେ ଅନେକ ଘଟଣା ସାମ୍ନାକୁ ଆସିଥିଲା । ଜବତ ହୋଇଥିଲା ଲାଡେନ ବ୍ୟବହାର କରୁଥିବା କମ୍ପ୍ୟୁଟର । ସେଥିରେ ଥିଲା ଉଦିତ୍ ନାରାୟଣ, କୁମାର ସାନୁ, ଏବଂ ଅଲକା ୟାଗ୍ନିକଙ୍କ ସମେତ ଅନେକ ବଲିଉଡ୍ କଣ୍ଠଶିଳ୍ପୀଙ୍କର ଥିଲା ଚାର୍ଟବଷ୍ଟର ସଙ୍ଗ ।
ଗୋଟିଏ ପୁରୁଣା ସାକ୍ଷାତକାରରେ ଅଲକା ୟାଗ୍ନିକ ଏହାକୁ ନେଇ ପ୍ରତିକ୍ରିୟା ଦେଇଥିଲେ । ଅଲକାଙ୍କୁ ପଚରାଯାଇଥିଲା କି, ଓସାମା ବିନ୍ ଲାଡେନ୍ ତା ସମୟରେ ଆପଣଙ୍କର ଗୋଟିଏ ବଡ଼ ଫ୍ୟାନ୍ ଥିଲେ । ଏହାକୁ ନେଇ ଆପଣ କଣ କହିବେ...ଅଲକା ଏହା ଉତ୍ତର ଦେଇ କହିଥିଲେ ଏଥିପାଇଁ କଣ ମୁଁ ଦାୟୀ? ସେ ଆହୁରି କହିଥିଲେ କି, ଓସାମା ବିନ୍ ଲାଡେନ୍ ଯେମିତି ବି ହୁଅନ୍ତୁ ନା କାହିଁକି, ତାଙ୍କ ଭିତରେ ଗୋଟିଏ ଛୋଟ କଳାକାର ରହିଥିବ ନିଶ୍ଚୟ । ସେଥିପାଇଁ ତ ସେ ଥିଲେ ସଂଗୀତ ପ୍ରେମୀ ।
ସେହି ସାକ୍ଷାତକାରରେ ଅଲକା ଖୁଲାସା କରିଥିଲେ କି, ଇଣ୍ଡଷ୍ଟ୍ରୀରେ ହେଉଥିବା ରାଜନୀତି କାରଣରୁ ଅନେକ ଗୀତ ଲୋକଲୋଚନକୁ ଆସିପାରିନି । କାରଣ ମୁଁ ବି ସେବୁର ଶିକାର ହୋଇଛି । ମୋ ହାତରୁ ବି ଅନେକ ଗୀତ ଛଡାଇ ନିଆଯାଇଛି । ମୋ ସହ କାମ କରୁଥିବା କଳାକାର ବି ଏମିତି କରିଛନ୍ତି ମୋ ସହ । ତଥାପି ମୁଁ ପଛକୁ ଫେରିଚାହିଁନି । ମୁଁ ବାସ୍ ମୋ କାମକୁ ଫୋକସ କରେ । ଠିକ୍ ସେମିତି ଲାଡେନ୍ ବି ଯାହା କରୁନା କାହିଁ ଗୀତ ଶୁଣିବାକୁ ଭଲପାଏ ।