କଟକ ୪।୧: ପ୍ରଥମ ଥର ଲାଗି କଟକରେ ଆରମ୍ଭ ହୋଇଛି ଅଲ୍ ଇଣ୍ଡିଆ ଜଜେସ୍ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍ ଟୁର୍ଣ୍ଣାମେଣ୍ଟ । ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ଏହି ୨ ଦିନିଆ ଚମ୍ପିୟାନସିପ୍ ଆରମ୍ଭ ହୋଇଛି । ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଚରଣ ସିଂ ଶନିବାର ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଛନ୍ତି । ଦେଶର ବିଭିନ୍ନ ହାଇକୋର୍ଟର ୨୦ଜଣ ବିଚାରପତି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଛନ୍ତି । ଓଡିଶା ହାଇକୋର୍ଟର ୮ଜଣ ବିଚାରପତି ମଧ୍ୟ ଏହି ଚାମ୍ପିୟାନସିପ୍ରେ ଯୋଗଦେଇ ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି । ଦେଶରେ ପ୍ରଥମ ଥର ଲାଗି ଓଡିଶା ହାଇକୋର୍ଟ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି । ଆଗକୁ ଦେଶର ବିଭିନ୍ନ ରାଜ୍ୟରେ ଏଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଅପିଲ କରିଛନ୍ତି ଜଷ୍ଟିସ ସାବିତ୍ରୀ ରଥ ।
You Can Read:
ସୁନା ଦୋକାନରେ ଲୁଟ୍ ଉଦ୍ୟମ ବେଳେ ଗୁଳିମାଡ଼ : ରାସ୍ତାରେ ଛିଡ଼ା ହୋଇଥିବା ଇଲେକ୍ଟ୍ରିକ୍ କର୍ମଚାରୀ ମୃତ, ୨ ଗୁରୁତର