ସରିଲା ସର୍ବଦଳୀୟ ବୈଠକ, ବିଧାନସଭା ଅଧିବେଶନ ପୂର୍ବରୁ ବସିଥିଲା ବୈଠକ

Published By : Prameya-News7 Bureau | July 21, 2024 IST

ଭୁବନେଶ୍ବର ୨୧ଶେଷ ହେଲା ସର୍ବଦଳୀୟ ବୈଠକ । ବିଧାନସଭା ଅଧିବେଶନ ସୁରୁଖୁରୁରେ ଚାଲିବା ନେଇ ଆଲୋଚନା ହୋଇଛି । ବୈଠକ ସରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ସେ କହିଛନ୍ତି, ଚଳିତ ସପ୍ତାଦଶ ବିଧାନସଭା କାର୍ଯ୍ୟକ୍ରମ କିପରି ସୁଚାରୁ ଭାବେ ସମ୍ପାଦନ ହେବ, ସେଥିପାଇଁ ସମସ୍ତଙ୍କ ମତାମତକୁ ବିଚାରବିମର୍ଶ କରି ନିଷ୍ପତ୍ତି ନିଆଗଲା । ସୋମବାର ସକାଳ ୧୧ଟାରୁ ରାଜ୍ୟପାଳଙ୍କ ଅଭିଭାଷଣ ସହ ଅଧିବେଶନ ଆରମ୍ଭ ହେବ ବୋଲି ବାଚସ୍ପତି କହିଛନ୍ତି ।

ସେହିଭଳି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ସୋମବାର ଠାରୁ ନୂଆ ସରକାରଙ୍କ ବଜେଟ୍ ଅଧିବେଶନ ଆରମ୍ଭ ହେବ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । ଏହା ପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଯୋଗ ଦେବା ସହ ସବୁ ଅଧିବେଶନରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଂଗ୍ରେସ ନେତା ଚୟନ ହୋଇନି । ହେଲେ ମୁଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ କଥା ହୋଇଥିଲି । ବାମପନ୍ଥୀ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବି ଆସିପାରିଲେ ନାହିଁ । ରବିବାର ନିଷ୍ପତ୍ତି ହୋଇଛି, ବିଧାନସଭା ନିୟମ ଅନୁସାରେ, ସୁଚାରୁ ଭାବେ ଗୃହ କାର୍ଯ୍ୟ ଚାଲିବ । ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ସହ ସୌହାର୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି । ସେ ମଧ୍ୟ ଏହାକୁ ସୁଚାରୁ ଭାବେ ଚଳାଇବାକୁ ଆଶ୍ୱାସନା ଦେଇଛନ୍ତି । 

ସେପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ସର୍ବଦଳୀୟ ବୈଠକରେ ଗୃହ ସୁଚାରୁ ଭାବେ ଚାଲିବା ନେଇ ଆଲୋଚନା ହୋଇଛି । ବଜେଟ୍ ଆଲୋଚନା, ରାଜ୍ୟପାଳଙ୍କ ଅଭିଭାଷଣ କିପରି ଭଲ ଭାବେ ଚାଲିବ, ଶୃଙ୍ଖଳା ସହ ହେବ, ତାହା ଆଲୋଚନା ହୋଇଛି ।

ସୂଚନାଯୋଗ୍ୟ ଯେ, ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । କିନ୍ତୁ ସର୍ବଦଳୀୟ ବୈଠକକୁ ଆସିଲେନି କଂଗ୍ରେସ ।

You Can Read:

IAS ଉଷା ପାଢ଼ୀଙ୍କ ନାଁ ନେଇ ସାଇବର ଠକେଇ ଉଦ୍ୟମ, ‘ଏକ୍ସ’ରେ ଦେଲେ ସୂଚନା

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.