ଚୟନ ପ୍ରକ୍ରିୟାରେ ଦୁର୍ନୀତି ଅଭିଯୋଗ, OSSSC କାର୍ଯ୍ୟାଳୟ ଘେରିଲେ ଆଶାୟୀ ପ୍ରାର୍ଥୀ

Published By : Prameya-News7 Bureau | September 10, 2024 IST

ଭୁବନେଶ୍ବର ୧୦।୯: OSSSC କାର୍ଯ୍ୟାଳୟ ଘେରାଉ କରିଛନ୍ତି ଆଶାୟୀ ପ୍ରାର୍ଥୀ । ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭ୍ ଷ୍ଟକ୍‌କୁ ନେଇ ଅପ୍ରେଲ ୨୪ ତାରିଖରୁ ମେ’ ୭ ତାରିଖରେ ପରୀକ୍ଷା ହୋଇଥିଲା । ପାଖାପାଖି ୨ ଲକ୍ଷ ୫୬ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ପାଖାପାଖି ୮ ହଜାର ଚୟନ ହୋଇଛନ୍ତି । କିନ୍ତୁ ଚୟନ ପ୍ରକ୍ରିୟାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ଆଶାୟୀ ପ୍ରାର୍ଥୀ । 

କମ୍ ପରସେଣ୍ଟାଇଲ ରଖି ଅନେକ ପିଲା ଚୟନ ହୋଇଥିବା ବେଳେ ୧୦୦ ପରସେଣ୍ଟାଇଲ ରଖିଥିବା ଛାତ୍ରଛାତ୍ରୀ ମଧ୍ୟ ଚୟନ ହୋଇନଥିବା ଅଭିଯୋଗ ହୋଇଛି । ତେଣୁ ପୁଣି ଥରେ ପରୀକ୍ଷାର ସ୍ୱଚ୍ଛ ଯାଞ୍ଚ କରିବା ପାଇଁ ଏମାନେ ଦବି କରିଛନ୍ତି । ଏହି ତିନ ଶ୍ରେଣୀରେ ୨୭୧୨ଟି ପଦବୀ ପୂରଣ ପାଇଁ ଏହି ପରୀକ୍ଷା କରାଯାଇଥିଲା ।

You Can Read:

ମାଲକାନଗିରିରେ ସର୍ବାଧିକ ବର୍ଷା, ୧୭୦୦ ଲୋକଙ୍କୁ ସ୍ଥାନାନ୍ତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.