ମୁମ୍ବାଇ 13/12 : ପୁଷ୍ପା ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଅଭିନେତାଙ୍କୁ ବଡ଼ ଆଶ୍ୱସ୍ତି। ଫୁଷ୍ପା-2 ଫେମ୍ ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ୍। ଅନ୍ତରୀଣ ଜାମିନ ଦେଲେ ତେଲେଙ୍ଗାନା ହାଇକୋର୍ଟ। ଦଳାଚକଟା ମାମଲାରେ ଗିରଫ ହୋଇଥିଲେ ଅଲ୍ଲୁ। ତଳ କୋର୍ଟ ଅଲ୍ଲୁଙ୍କ ଜାମିନ୍ ଖାରଜ କରିଥିଲେ। ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ। ପରେ ସେ ତେଲେଙ୍ଗାନା ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ଶେଷରେ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।
୪ ଡିସେମ୍ବର ହାଇଦ୍ରାବାଦର ସଂଧ୍ୟା ଥିଏଟରରେ ପ୍ରିମିୟର ପାଇଁ ପହଞ୍ଚିଥିଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଆଉ ଅଲ୍ଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ହୋଇଥିଲା ପ୍ରବଳ ଗହଳି । ଏତେ ସଂଖ୍ୟାରେ ଲୋକ ଫିଲ୍ମ ହଲ୍ ବାହାରେ ଏକାଠି ହୋଇଥିଲେ ଯେ, ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୯ ବର୍ଷର ଛୋଟ ପୁଅ ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ। ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ। ସ୍ଥିତି ଏପରି ହେଲା ଯେ, ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ଥିଲା। ପ୍ରିମିୟରରେ କ'ଣ ପାଇଁ ପହଞ୍ଚିଥିଲେ ଅଲ୍ଲୁ ସେନେଇ ଉଠିଥିଲା ପ୍ରଶ୍ନ।
ଅନ୍ୟପଟେ ମୃତ ମହିଳାଙ୍କ ସ୍ୱାମୀ ଭାସ୍କର ଅଲ୍ଲୁ ଅର୍ଜୁନଙ୍କ ସପକ୍ଷରେ ବାହାରିଛନ୍ତି। ମାମଲା ପ୍ରତ୍ୟାହାର ପାଇଁ ସେ ପ୍ରସ୍ତୁତ ଥିବା କହିଛନ୍ତି।