LIVE TV

ବାଲିଯାତ୍ରାରେ ବୁଲିବାକୁ ଆସୁଥିବା ଲୋକଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରାଇବ ପରିବହନ ବିଭାଗ

NEWS7
ambulance-accident-jajpur-patient-deceased-three-injured

କଟକ ୧୧: କଟକରେ ଚାଲିଛି ଐତିହାସିକ ବାଲିଯାତ୍ରା । ଏହାରି ଭିତରେ ପରିବହନ ବିଭାଗ ପକ୍ଷରୁ ଏକ ଷ୍ଟଲର ଉଦଘାଟନ କରାଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ପରିବହନ ବିଭାଗ ସଚିବ ଉଷା ପାଢ଼ୀ ଏବଂ ପରିବହନ କମିଶନର ଅମିତାଭ ଠାକୁର । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ବର୍ତ୍ତମାନ ସଡ଼କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉ ଥିବାବେଳେ ବାଲିଯାତ୍ରାରେ ମେଳା ବୁଲିବାକୁ ଆସୁଥିବା ଲୋକ ମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରାଇବା ପାଇଁ ଏହି ଷ୍ଟଲର ଉଦଘାଟନର ମୁଖ୍ୟ ଉଦ୍ଦେଶ୍ୟ ।

ସେହିଭଳି ଆମ ଦେଶ ସଡ଼କ ଦୁର୍ଘଟଣାରେ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି । ତା' ଭିତରେ ଓଡ଼ିଶା ୧୪ ନମ୍ବରରେ ଆସୁଛି ସଡ଼କ ଦୁର୍ଘଟଣାରେ । ଏହି ଦୁର୍ଘଟଣାରେ ବହୁତ ଲୋକଙ୍କ ଜୀବନ ମଧ୍ୟ ଯାଉଛି । ଅନ୍ୟପଟେ କୋଭିଡ୍ ସମୟରେ ଯାହା ଯେତିକି SOP ବାହାରୁଥିଲା ସେଥିରେ ଲୋକେ ସଚେତନ ହେଉଥିଲେ । ହେଲେ ଏବେ ସେତେଟା ସଚେତନ ନାହାନ୍ତି । ତେବେ କିଭଳି ଭାବେ ସଡ଼କ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିବ ତାହାକୁ ଦୃଷ୍ଟିରେ ରଖି ବାଲିଯାତ୍ରାରେ ଏହି ଷ୍ଟଲ୍ କରାଯାଇଛି । ଯାହାଦ୍ଵାରା ଲକ୍ଷ ଲକ୍ଷ ଲୋକ ସଚେତନ ହେବେ ବୋଲି ପରିବହନ ବିଭାଗ କମିଶନର ଅମିତାଭ ଠାକୁର କହିଛନ୍ତି ।