କଣ୍ଡୋମ ବ୍ୟବହାର କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ ! ହୋଇପାରେ କ୍ୟାନସର...

Published By : Prameya-News7 Bureau | September 19, 2024 IST

ନୂଆଦିଲ୍ଲୀ ୧୯।୦୯: ଯୌନ ସମ୍ବନ୍ଧୀୟ ରୋଗରୁ ବର୍ତ୍ତିବା ପାଇଁ କଣ୍ଡୋମ୍‌ ବ୍ୟବହାର କରାଯାଏ । ଏହା ଅବାଞ୍ଛିତ ଗର୍ଭଧାରଣକୁ ଅଟକାଇବାରେ ସାହାଯ୍ୟ କରିଥାଏ । କିନ୍ତୁ ଏବେ ଏହି କଣ୍ଡୋମ୍‌ ବଢାଇଛି ଚିନ୍ତା । ଏହାକୁ ନେଇ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟକର ରିପୋର୍ଟ । ଯାହା ଲୋକଙ୍କୁ କରିଛି ଭୟଭୀତ । ତଥ୍ୟ ଅନୁଯାୟୀ କଣ୍ଡୋମ ବ୍ୟବହାର କରୁଥିଲେ କ୍ୟାନସର ପରି ଭୟଙ୍କର ରୋଗର ହୋଇପାରନ୍ତି ଶିକାର । 

ରିପୋର୍ଟରେ ଦାବି କରାଯାଇଛି କି ଆମେରିକାର ନମ୍ବର-୧ କଣ୍ଡୋମ ‘ଟ୍ରୋଜାନ କଣ୍ଡୋମ’ରେ ରହିଛି କ୍ୟାନସର ସୃଷ୍ଟି କରୁଥିବା ବିଷାକ୍ତ ରାସାୟନିକ ପଦାର୍ଥ । ଏହି ମକଦ୍ଦମା ମ୍ୟାନହାଟନ୍ ଫେଡେରାଲ୍ କୋର୍ଟରେ ମାଥ୍ୟୁ ଗୁଡମ୍ୟାନ ଦାୟର କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଟ୍ରୋଜାନ୍ ଅଲ୍ଟ୍ରା ଥିନ୍‌ କଣ୍ଡୋମରେ ପଲିଫ୍ଲୋର ଏଲ୍‌କାଇଲ୍‌ ପଦାର୍ଥ ଅଛି । ଯାହା PFASର ଏକ ଉପାଦାନ । ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହି ପଦାର୍ଥ ପରିବେଶ ତଥା ମାନବ ଶରୀରରେ ଦୀର୍ଘସ୍ଥାୟୀ ସ୍ଥିରତା ପାଇଁ ଜଣାଶୁଣା। 

ତେବେ କଣ୍ଡୋମରେ କ୍ୟାନସର କାରକ ଥିବା ନେଇ ଏକ ଅଧ୍ୟୟନ କରାଯାଇଥିଲା । ଯେଉଁଥିରେ କଣ୍ଡୋମ ଏବଂ ଏହାର ଲୁବ୍ରିକେଣ୍ଟସ୍ ପରୀକ୍ଷା କରାଯାଇଥିଲା । ଏକ ସାର୍ଟିଫାଇଡ୍‌ ଲ୍ୟାବରେ ୨୯ଟି ଭିନ୍ନ ଭିନ୍ନ କଣ୍ଡୋମର ନମୁନା ପରୀକ୍ଷା କରାଯାଇଥିଲା । ଯେଉଁଥିରୁ ଟ୍ରୋଜାନ୍ ଅଲ୍ଟ୍ରା ଥିନ୍‌ କଣ୍ଡୋମ ମଧ୍ୟ ସାମିଲ ରହିଥିଲା । ଅନୁସନ୍ଧାନରୁ ଜଣାପଡ଼ିଛି ଯେ ୨୯ଟି ଉତ୍ପାଦର ୧୪% ରେ କିଛି PFAS କଣିକା ମିଳିଥିଲା। ଏହି ରାସାୟନିକ କଣିକା କଣ୍ଡୋମକୁ ଚିକ୍କଣ ଏବଂ ଷ୍ଟେନ୍ ରେଜିଷ୍ଟେଣ୍ଡସ୍ କରିବା ପାଇଁ ବ୍ୟବହାର ହୋଇଥାଏ । ତେବେ କଣ୍ଡୋମରେ ଲୁବ୍ରିକାଣ୍ଟ ରହିବା କାରଣରୁ ଅନେକ ଲୋକଙ୍କୁ ଆଲର୍ଜି ହୋଇପାରେ । 

ଏବେ ପ୍ରଶ୍ନ ଆସୁଛି କଣ ଏହି PFAS ? ବାସ୍ବରେ PFAS ହେଉଛି ଏକ ପ୍ରକାର ପଦାର୍ଥ । ଯାହା କର୍କଟ ରୋଗର କାରଣ ବୋଲି ଦର୍ଶାଯାଇଛି । ଏଥିରେ ଶିଶୁଟିଏ ଜନ୍ମ ସମୟରେ କମ୍‌ ଓଜନ ସମସ୍ୟା ହେବା ସହିତ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତିରେ ବାଧା ସୃଷ୍ଟି କରିପାରେ । ଆବେଦନକାରୀଙ୍କ ଅନୁଯାୟୀ ଏହି ସବୁ ସୂଚନା କଣ୍ଡୋମ ପ୍ୟାକେଟରେ ଦିଆଯାଇନି । ଯଦି ଏହା ଦିଆଯାଇଥାନ୍ତା ଲୋକେ ସେହି କଣ୍ଡୋମ କିଣି ନଥାନ୍ତେ କିମ୍ବା ଏହା ପାଇଁ କମ୍ ମୂଲ୍ୟ ଦେଇଥାନ୍ତେ । କମ୍ବାନୀ ଏହି କଣ୍ଡୋମକୁ କିଣିଥିବା ସବୁ କ୍ରେତାଙ୍କୁ ୫ ମିଲିୟନ୍ ଡଲାରର କ୍ଷତିପୂରଣ ଦେବାକୁ ଦାବି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.