ବିଭିନ୍ନ ପ୍ରକାର ଚିନ୍ତାରେ ମନ ଭାରାକ୍ରାନ୍ତ ରହିପାରେ, ଏହି ରାଶିର ବ୍ୟକ୍ତିଙ୍କ ପ୍ରତି ଦୁର୍ଘଟଣାର ଭୟ ରହିଛି

NEWS7
anant-ambani-and-reliance-foundation-donates-20kg-gold-crown

ମେଷ - ଆସନ୍ତାକାଲି ଦିନଟି ଆପଣଙ୍କ ପାଇଁ ବେଶ୍ ଉତ୍ସାହଜନକ ରହିବ। କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ପ୍ରଶଂସିତ ହେବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ କିନ୍ତୁ ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ପାରିବାରିକ ଜୀବନରେ ସାମାନ୍ୟ ମତଭେଦ ଦେଖାଦେଇ ପାରେ। ମନକୁ ଶାନ୍ତ ରଖି କାର୍ଯ୍ୟ କଲେ ସଫଳତା ମିଳିବ।

ବୃଷ – ରବିବାର ଆପଣଙ୍କ ମନ ପ୍ରସନ୍ନ ରହିବ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବ୍ୟବସାୟରେ ଆଶାତୀତ ଲାଭ ମିଳିବାର ସମ୍ଭାବନା ରହିଛି। ଚାକିରି କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଦିନଟି ଶୁଭଫଳ ପ୍ରଦାନ କରିବ। ପରିବାର ସଦସ୍ୟଙ୍କ ସହିତ ଉତ୍ତମ ବୁଝାମଣା ରହିବ। ସ୍ୱାସ୍ଥ୍ୟ ପ୍ରତି ସାମାନ୍ୟ ଯତ୍ନବାନ ହେବା ଆବଶ୍ୟକ।

ମିଥୁନ - ବିଭିନ୍ନ ପ୍ରକାର ଚିନ୍ତାରେ ମନ ଭାରାକ୍ରାନ୍ତ ରହିପାରେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ କିନ୍ତୁ ଆପଣ ସମସ୍ତ କାର୍ଯ୍ୟ ସୁଚାରୁରୂପେ ତୁଲାଇବେ। ବନ୍ଧୁମାନଙ୍କ ସହଯୋଗ ମିଳିବ ଏବଂ କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆୟ ଅପେକ୍ଷା ବ୍ୟୟ ଅଧିକ ହେବାର ସମ୍ଭାବନା ଅଛି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ବଡମାନଙ୍କ ପରାମର୍ଶ ନିଅନ୍ତୁ।

କର୍କଟ - ରବିବାର ଦିନଟି ଆପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ। ବିଦ୍ୟାର୍ଥୀମାନେ ପାଠପଢାରେ ମନୋନିବେଶ କରିବେ। ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ। ମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦରୁ ଦୂରେଇ ରୁହନ୍ତୁ।

ସିଂହ - ଆସନ୍ତାକାଲି ଆପଣଙ୍କର ପରାକ୍ରମ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ସରକାରୀ କାର୍ଯ୍ୟରେ ସଫଳତା ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏବଂ ଜୀବନସାଥୀଙ୍କ ସହଯୋଗ ମିଳିବ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଅତ୍ୟନ୍ତ ଜରୁରୀ।

କନ୍ୟା - ଦିନଟିରେ ଆପଣଙ୍କୁ ସାମାନ୍ୟ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। କଠିନ ପରିଶ୍ରମ ସତ୍ତ୍ୱେ ଆଶାନୁରୂପ ଫଳ ମିଳିବାରେ ବିଳମ୍ବ ହେବ। ହଠାତ୍ କୌଣସି ବଡ ଖର୍ଚ୍ଚ ସାମ୍ନାକୁ ଆସିପାରେ। ଉଦର ଜନିତ ସମସ୍ୟା ଦେଖାଦେଇ ପାରେ, ତେଣୁ ଖାଦ୍ୟପେୟ ପ୍ରତି ସତର୍କ ରୁହନ୍ତୁ। ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ, ଦିନର ଶେଷ ଭାଗରେ ପରିସ୍ଥିତି ସୁଧୁରିଯିବ।

ତୁଳା - ରବିବାର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ। କଳା, ସାହିତ୍ୟ ଓ ସଂଗୀତ କ୍ଷେତ୍ରରେ ରୁଚି ବଢିବ। ବ୍ୟବସାୟରେ ନୂତନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏହା ଉପଯୁକ୍ତ ସମୟ। ପ୍ରେମ ସମ୍ପର୍କରେ ନିବିଡତା ଆସିବ ଏବଂ ବୁଝାମଣା ଭଲ ରହିବ। ବକେୟା ଅର୍ଥ ପ୍ରାପ୍ତିର ଯୋଗ ରହିଛି।

ବିଛା - ଆସନ୍ତାକାଲି ଦିନଟିରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଗାଡିମୋଟର ଚଳାଇବା ସମୟରେ ସାବଧାନ ରୁହନ୍ତୁ, ଦୁର୍ଘଟଣାର ଭୟ ରହିଛି। କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁମାନେ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରିପାରନ୍ତି। ଅଯଥା ବିବାଦ ଓ ମାଲିମକଦ୍ଦମାରୁ ଦୂରେଇ ରହିବା ଉଚିତ୍। ପରିବାରର ସହଯୋଗ ଆପଣଙ୍କ ମନୋବଳ ବଢାଇବ।

ଧନୁ - ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ ଏବଂ ତୀର୍ଥାଟନର ଯୋଗ ରହିଛି। ଉଚ୍ଚଶିକ୍ଷା ପାଇଁ ଚେଷ୍ଟା କରୁଥିବା ବିଦ୍ୟାର୍ଥୀମାନେ ସଫଳ ହେବେ। ଆର୍ଥିକ ସ୍ଥିତି ସୁଦୃଢ ହେବ ଏବଂ ନୂତନ ଆୟର ପନ୍ଥା ଖୋଲିବ। ସନ୍ତାନମାନଙ୍କ କୃତିତ୍ୱରେ ଆପଣ ଗର୍ବିତ ଅନୁଭବ କରିବେ।

ମକର - ରବିବାର ଦିନଟି କର୍ମବହୁଳ ରହିବ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ ପଡିପାରେ, କିନ୍ତୁ ଏହାର ଫଳ ଭଲ ମିଳିବ। ଗୃହ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି। ଶାରୀରିକ କ୍ଳାନ୍ତି ଓ ମାନସିକ ଅବସାଦ ଦେଖାଦେଇ ପାରେ। ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ଏବଂ ବିଶ୍ରାମ ନିଅନ୍ତୁ।

କୁମ୍ଭ - ଦିନଟି ଆପଣଙ୍କ ପାଇଁ ସାମଗ୍ରିକ ଭାବେ ଭଲ ରହିବ। ନୂତନ ବନ୍ଧୁ ମିଳନ ହେବ ଏବଂ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ବ୍ୟବସାୟରେ ଲାଭର ନୂତନ ସୁଯୋଗ ସୃଷ୍ଟି ହେବ। ଭାଇଭଉଣୀଙ୍କ ସହିତ ସମ୍ପର୍କ ମଧୁର ହେବ। ଆପଣଙ୍କର ସକାରାତ୍ମକ ଚିନ୍ତାଧାରା ଅନ୍ୟମାନଙ୍କୁ ପ୍ରଭାବିତ କରିବ।

ମୀନ - ରବିବାର ଆପଣଙ୍କ ମନ ଶାନ୍ତ ଓ ଆଧ୍ୟାତ୍ମିକ ଭାବନାରେ ପୂର୍ଣ୍ଣ ରହିବ। ଆର୍ଥିକ ଦିଗଟି ବେଶ୍ ଅନୁକୂଳ ରହିବ ଏବଂ ଧନ ପ୍ରାପ୍ତିର ଯୋଗ ଅଛି। ପରିବାରରେ ହସଖୁସିର ବାତାବରଣ ରହିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରଶଂସା ଭାଜନ ହେବେ। ସୁସ୍ୱାଦୁ ଭୋଜନ ପ୍ରାପ୍ତିର ଯୋଗ ରହିଛି, କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682