ପରମ୍ପରା ଆଗରେ ହାର ମାନିଲା ପ୍ରଶାସନ, ରକ୍ତ ରଞ୍ଜିତ ହେଲା ମାଣିକେଶ୍ବରୀ ପୀଠ

Published By : Prameya-News7 Bureau | October 11, 2024 IST

କଳାହାଣ୍ଡି ୧୧।୧୦: କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ଛତରଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି । କଳାହାଣ୍ଡିର ବିରାବାଦ୍ୟ ଘୁମୁରା, ଗଣା ବାଜା, ଘଣ୍ଟ ଦଳ ଏବଂ ଆଦିବାସୀ ବାଦ୍ୟରେ ଦୁଲୁକୁଥିଲା ଭବାନୀପାଟଣା ସହର l ଜେନାଖାଲରୁ ଭୋର ୫ଟାରୁ ବାହାରି ଜେଲ୍ ଛକ, ମେଡିକାଲ ଛକ, ଘୋଡ଼ାଘାଟ ଛକ ଦେଇ ଭକ୍ତଙ୍କ ଗହଣରେ ଝୁମି ଝୁମି ମନ୍ଦିରରେ ପହଞ୍ଚି ଥିଲେ ମା’ଙ୍କ ଛତର l ରାସ୍ତାର ଉଭୟ ପାର୍ଶ୍ୱରେ ଲକ୍ଷାଧିକ ଭକ୍ତ ମାନେ ମା’-ମା’ ବୋଲି ଡାକି ଗୁହାରି କରୁଥିଲେ l ସମସ୍ତଙ୍କୁ ଘଣ୍ଟ ଘୋଡେଇ ରଖିବା ପାଇଁ ମାନସିକ କରୁଥିଲେ  l ଶ୍ରଦ୍ଧାଳୁ ମାନେ କୁକୁଡ଼ା, ବୋଦା ବଳି ଦେଇଥିଲେ l ଭବାନୀପାଟଣା ରାସ୍ତା ଜେନାଖାଲ ଠାରୁ ମା’ ମାଣିକେଶ୍ବରୀ ମନ୍ଦିର ପର୍ଯ୍ୟନ୍ତ ପଶୁ ଏବଂ ପକ୍ଷୀ ବାଲିରେ ରକ୍ତରଞ୍ଜିତ ହୋଇଛି l 

ବଳି ପ୍ରଥାକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବଳି ପ୍ରଥା ବନ୍ଦ ପାଇ ପ୍ରୟାସ ଜାରି ରହିଛି l କିନ୍ତୁ ମାନସିକଧାରୀଙ୍କ ଭକ୍ତି, ଭାବାବେଗ ଓ ବିଶ୍ୱାସ ଆଗରେ ହାର୍ ମାନିଛି କଳାହାଣ୍ଡି ଜିଲ୍ଲା ପ୍ରଶାସନର ସମସ୍ତ ନିୟମ l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାନସିକଧାରୀଙ୍କ ମନୋସ୍କାମନା ଅନୁଯାୟୀ ହଜାର ସଂଖ୍ୟାରେ ବଳି ଦେଇଥିବା ବେଳେ ଅନେକ ଶ୍ରଦ୍ଧାଳୁ ବଳିରୁ ନିବୃତ୍ତ ହୋଇ   ନଡ଼ିଆ ଭୋଗ ଲଗାଇଥିଲେ । ଜଗତର ସୁଖ ସମୃଦ୍ଧି ଶାନ୍ତି ପାଇଁ ଶାନ୍ତିର ପ୍ରତୀକ ଭାବେ ପାରାକୁ ମା’ଙ୍କ ଛତର ଉପରେ ଉଡେଇ ଥିଲେ l 

You Can Read:

ପବିତ୍ର ମହାଷ୍ଟମୀରେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ବୁଲି ମା'ଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.