ଗିରଫ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ ଆଉ ୨୦ଟି ପ୍ଲଟ୍ ପଶ୍ଚିମବଙ୍ଗରୁ ଠାବ, ୧୦୫ରେ ପହଞ୍ଚିଲାଣି ସଂଖ୍ୟା

Published By : Prameya-News7 Bureau | August 08, 2024 IST

ବାଲେଶ୍ବର ୮।୮: ବଢୁଛି ଯନ୍ତ୍ରୀଙ୍କ ପ୍ଲଟ୍ ସଂଖ୍ୟା । ବାଲେଶ୍ବର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ ଭିଜିଲାନ୍ସ ଦ୍ବାରା ଗିରଫ ହେବା ପରେ ଯନ୍ତ୍ରୀଙ୍କର ଆଉ ୨୦ଟି ପ୍ଲଟ୍ ଠାବ କରାଯାଇଛି । ପ୍ଲଟ୍ କିଣାରେ ସେ ସେଞ୍ଚୁରୀ ପାର୍ କରିଛନ୍ତି । ଏପର୍ଯ୍ୟନ୍ତ ତାଙ୍କର ୧୦୫ଟି ପ୍ଲଟ୍ ଠାବ କରାଯାଇଥିବା ନେଇ ବାଲେଶ୍ବର ଭିଜିଲାନ୍ସ ଏସ୍‌ପି ସୂଚନା ଦେଇଛନ୍ତି । ପଶ୍ଚିମବଙ୍ଗର ସୁନା ଖଣିଆ ଆଉ ଦାନ୍ତୁନ ଅଞ୍ଚଳରୁ ଆଉ ୨୦ଟି ପ୍ଲଟ୍ ଠାବ ହୋଇଛି । ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ ବାଲେଶ୍ବର ଜେଲ୍‌ରେ ଅଛନ୍ତି । 

ବାଲେଶ୍ବର ଜଳସେଚନ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କ ଘରେ ଛାପା ମାରିଥିଲା ଭିଜିଲାନ୍ସ । ଭିଜିଲାନ୍ସ ଚଢାଉ ବେଳେ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରୁ ଗହଣା ବ୍ୟାଗରେ ଟଙ୍କା ବିଡ଼ା ବାହାରିଥିଲା । ବ୍ୟାଗ୍ ଭିତରେ ୫ ଶହ ଟଙ୍କିଆ ଓ ୨ ହଜାର ଟଙ୍କିଆ ୨ ଶହ ଟଙ୍କିଆ ବିଡ଼ା ରହିଥିଲା । ପୂର୍ବରୁ ବାବୁଙ୍କର ୮୫ଟି ପ୍ଲଟ ଠାବ ହୋଇଥିଲା ।  ଜଳେଶ୍ବରରେ ୮ଟି ପ୍ଲଟ , ଡେଲାଙ୍ଗରେ ୪ଟି ପ୍ଲଟ ଏବଂ ପଶ୍ଚିମବଙ୍ଗରେ ଗୋଟିଏ ପ୍ଲଟ । ଜଳେଶ୍ବରରେ ଗୋଟିଏ ପାଞ୍ଚ ମହଲା ଘର। ଗୋଟିଏ ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ଠାବ କରାଯାଇଥିଲା । ଗୋଟିଏ ସୁନା ବିସ୍କୁଟ ସହ ୨୧୮ ଗ୍ରାମ ସୁନା ଅଳଙ୍କାର, ନଗଦ ୧୧ ଲକ୍ଷ ୭୦ ହଜାର ଟଙ୍କା ଜବତ କରାଯାଇଥିଲା । ବ୍ୟାଙ୍କ, ପୋଷ୍ଟାଲ, ଇନସ୍ୟୁରାନ୍ସ ଡିପୋଜିଟ୍ ସହ ଗୋଟିଏ ୪ ଚକିଆ ଏବଂ ଗୋଟିଏ ଦୁଇ ଚକିଆ ଯାନ ଠାବ କରାଯାଇଥିଲା । ବାଲେଶ୍ବରର ୭ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ାଉ କରିଥିଲା । ଭିଜିଲାନ୍ସ ଏସପିଙ୍କ ନେତୃତ୍ବରେ ୨ ଆଡିସନାଲ୍ ଏସପି, ୪ ଡିଏସପି , ୭ ଇନ୍ସପେକ୍ଟର ଏବଂ ୪୫ ଅଧିକାରୀ ଚଢାଉରେ ସାମିଲ ଥିଲେ । 

You Can Read:

ବିଡିଓ ପ୍ରଦୀପ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ, ଘରୁ ମିଳିଥିଲା ବିପୁଳ ସମ୍ପତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.