ବର୍ଷାଙ୍କ ନିର୍ଯାତନା ଅଭିଯୋଗରେ ଅନୁଭବଙ୍କୁ ଜେରା, ଅଗଷ୍ଟ ୧୯ରେ ପରବର୍ତ୍ତୀ ଶୁଣାଣି

Published By : Prameya-News7 Bureau | July 23, 2024 IST

କଟକ ୨୩/୭:  ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ଆଜି ପୁଣିଥରେ ଅନୁଭବଙ୍କୁ ଜେରା କରାଯାଇଛି । ମାମଲାର ଅନ୍ୟତମ ସାକ୍ଷୀ ତଥା ବର୍ଷାଙ୍କ ଭଉଣୀ ମଧ୍ୟ ଆଜି ଜେରାର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ ତାହା ସଂପୂର୍ଣ୍ଣ ହୋଇପାରିନି ।ସମସ୍ତ ଅଭିଯୋଗକୁ ମିଛ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ଅନୁଭବ । ଅଗଷ୍ଟ ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଶାରିରୀକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣି ପୁରୀଘାଟ ଥାନାରେ ଏତଲା ଦେଇଥିଲେ ବର୍ଷା । ଅନୁଭବ ଓ ତାଙ୍କ ୨ ସହଯୋଗୀଙ୍କ ନାଁରେ ଅଭିଯୋଗ ଆଣିଥିଲେ ବର୍ଷା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.