ଘରୋଇ ହିଂସା ଓ ନିର୍ଯାତନା ମାମଲା : କୋର୍ଟରେ ହାଜର ହେଲେ ଅନୁଭବ କିନ୍ତୁ ଆସିଲେନି ବର୍ଷା

Published By : Prameya-News7 Bureau | July 19, 2024 IST

ଭୁବନେଶ୍ବର : କୋର୍ଟରେ ହାଜର ହେଲେ ଅନୁଭବ କିନ୍ତୁ ଆସିଲେନି ବର୍ଷା । ଯାହାକୁ ନେଇ ଅନୁଭବ ଅସନ୍ତୋଷ ପ୍ରକଟ କରିଛନ୍ତି । ଘରୋଇ ହିଂସା ଏବଂ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରି ବର୍ଷା ଯେଉଁ ମାମଲା ଦାୟର କରିଛନ୍ତି ତାର ଶୁଣାଣି ହୋଇଛି । କିନ୍ତୁ ନିଜର ପକ୍ଷ ରଖିବା ଲାଗି ବର୍ଷା କୋର୍ଟକୁ ଆସିଲେ ନାହିଁ । 

ତେବେ ଶୁକ୍ରବାର ଜେଏମଏଫସି କୋର୍ଟରେ ନିଜର ପକ୍ଷ ରଖିଛନ୍ତି ଅନୁଭବ । ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ତାଙ୍କ ବିରୁଦ୍ଧରେ ମିଛ ଅଭିଯୋଗ ଆସିଛି । ବିନା କୌଣସି କାରଣରେ କେବଳ ତାଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ଏହି ମାମଲା ଦାୟର କରାଯାଇଛି ବୋଲି ବର୍ଷାଙ୍କୁ ଆକ୍ଷେପ କରି ଅନୁଭବ କହିଛନ୍ତି । ଯଦି ଅଭିଯୋଗରେ ସତ୍ୟତା ଅଛି ତେବେ, ବର୍ଷା କୋର୍ଟକୁ ଆସି ତାର ପ୍ରମାଣ ଦିଅନ୍ତୁ ବୋଲି ଅନୁଭବ କହିଛନ୍ତି । ଆସନ୍ତା ୨୩ ଜୁଲାଇ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପୁରୀଘାଟ ଥାନାରେ ବର୍ଷା, ଅନୁଭବ ଓ ତାଙ୍କର ଦୁଇ ସହଯୋଗୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହି ମାମଲା ପୋଲିସ ତଦନ୍ତ ପରେ କୋର୍ଟକୁ ଆସିବା ପରେ, ଏହାର ଶୁଣାଣି ଆରମ୍ଭ ହୋଇଛି ।

You Can Read:

ଗୋପାଳପୁର ଠାରୁ ୧୩୦କି.ମି. ଦୂରରେ ଅବପାତ କେନ୍ଦ୍ରୀଭୂତ, ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.