ଅନୁଭବ ମହାନ୍ତିଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି, NBW ଉପରେ ରୋକ୍ ଲଗାଇଲେ କୋର୍ଟ

Published By : Prameya-News7 Bureau | May 16, 2024 IST

କଟକ ୧୬।୫: ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ମିଳିଲା ବଡ ଆଶ୍ବସ୍ତି । ତଳ କୋର୍ଟଙ୍କ NBW ଉପରେ ରୋକ୍ ଲଗାଇଲେ ହାଇକୋର୍ଟ । ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ପୁରୀଘାଟ ଥାନା IICଙ୍କୁ ନିର୍ଦ୍ଦେଶ ଦେଇଥିଲେ ସ୍ବତନ୍ତ୍ର JMFC କୋର୍ଟ ।

ସୂଚନାଯୋଗ୍ୟ ଯେ, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଅପରାଧିକ ମାମଲା ଦାଏର କରିଥିଲେ ଅଭିନେତ୍ରୀ ତଥା ବଡଚଣା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ବର୍ଷା ପ୍ରିୟଦର୍ଶନୀ । ବର୍ଷାଙ୍କୁ ନିର୍ଯାତନା ମାମଲାର ଶୁଣାଣିରେ ହାଜର ହେଉନଥିଲେ ଅନୁଭବ । ଅପରାଧିକ ମାମଲାରେ ଚାର୍ଜଫ୍ରେମ୍ ପାଇଁ ନୋଟିସ୍ କରିଥିଲେ ଅଦାଲତ । ତେବେ ନୋଟିସ୍ ସତ୍ତ୍ଵେ ଅଦାଲତରେ ହାଜର ହୋଇନଥିଲେ ଅନୁଭବ । ଶେଷରେ ଗତ ୧୩ ତାରିଖରେ ଅନୁଭବଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା (NBW) ଜାରି କରିଥିଲେ ସ୍ବତନ୍ତ୍ର ଜେଏମ୍‌ଏଫ୍‌ସି କୋର୍ଟ । ଯାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅନୁଭବ । 

You Can Read :

ବିଜେପି ଛାଡ଼ିଲେ ରମା ବଳିଆରସିଂହ, ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.