କିଏ ଏହି ଅଭିନେତ୍ରୀ ? 'ଟକ୍ସିକ୍' ଟିଜରରେ ଇଣ୍ଟିମେଟ ସିନ୍ ଦେଇ ଏବେ ଚର୍ଚ୍ଚାରେ

NEWS7
anushka sharma- virat kohli shifted to mumbai

ମୁମ୍ଵାଇ ୧୦।୦୧; ସାଉଥ ତାରକା ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ "ଟକ୍ସିକ"ର ଟିଜର ରିଲିଜ୍ ହୋଇଥିଲା । ଟିଜରଟି ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଛି । ଫ୍ୟାନ୍ସ କେବଳ ୟଶଙ୍କ ଲୁକ୍ ନୁହେଁ ବରଂ ତାଙ୍କର ଅନ୍ଦାଜ, ଷ୍ଟାଇଲ ନେଇ ବି ଫିଦା ହୋଇଛନ୍ତି । ଏହା ବ୍ୟତୀତ ପ୍ରାୟ ୩ ମିନିଟର ଟିଜରରେ ୟଶଙ୍କ ଜଣେ ଅଭିନେତ୍ରୀଙ୍କ ସହ ଇଣ୍ଟିମେଟ ସିନ୍ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛି। କାର ସିନ୍ ସବୁଠାରୁ ଅଧିକ ଦୃଷ୍ଟି ଆକର୍ଷଣ କରୁଛି। ଏହି ସିନରେ, ୟଶ ଜଣେ ଅଭିନେତ୍ରୀଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଛି। ଯାହା ଏବେ ହଇଚଇ ସୃଷ୍ଟି କରିଛି । ତେବେ ଏହି ଅଭିନେତ୍ରୀ ଜଣକ କିଏ ?

 
 
 
 
 
 
 
 
 
 
 
 
 
 
 

A post shared by Dimitry Loiseau (@dimitryl)

 

ଟକ୍ସିକର ଟିଜରରୁ ଜଣାପଡ଼ିଛି ଯେ ୟଶ "ରାୟା" ଭୂମିକାରେ ଅଭିନୟ କରିବେ । କାରରେ ରାୟାଙ୍କ ସହ ରୋମାନ୍ସ କରୁଥିବା ଅଭିନେତ୍ରୀ ହେଉଛନ୍ତି ହଲିଉଡ ଅଭିନେତ୍ରୀ ନତାଲି ବର୍ନ । ଯିଏ ପ୍ରକୃତରେ ତାଙ୍କର ହଟନେସ ସହ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି । ନତାଲି ଜଣେ ଅଭିନେତ୍ରୀ, ପ୍ରଯୋଜିକା ଏବଂ ଲେଖିକା । ୟୁକ୍ରେନରେ ଜନ୍ମଗ୍ରହଣ କରିଥିବା ନତାଲିଙ୍କ ପ୍ରକୃତ ନାମ ନତାଲି ଗୁଲିଷ୍ଟା, ଜଣେ ଲୋକପ୍ରିୟ ଆମେରିକୀୟ ଅଭିନେତ୍ରୀ, ଚିତ୍ରନାଟ୍ୟ ଲେଖକ ଏବଂ ମଡେଲ । ମଡେଲ ଭାବରେ କ୍ୟାରିଅର ଆରମ୍ଭ କରିଥିବା ନତାଲିଙ୍କ ନିଜସ୍ୱ ପ୍ରଯୋଜନା କମ୍ପାନୀ ଅଛି । ସେ ଦ ଏକ୍ସପେଣ୍ଡେବଲ୍ସ ୩, ନିମ୍ଫ, କ୍ରିମିନାଲ, ଆକ୍ସେଲରେସନ ଏବଂ ମେକାନିକ୍: ରିସରେକ୍ସନ ସମେତ ଅନେକ ପ୍ରମୁଖ ହଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି। ସେ ଦ ଟେଲିଭିଜନ ଏକାଡେମୀ ଏବଂ ଦ ଆକ୍ଟରସ୍ ଷ୍ଟୁଡିଓର ସଦସ୍ୟ ମଧ୍ୟ । ସେ ୨୦୦୬ ମସିହାରେ ଅଭିନୟ ଜଗତରେ ଡେବ୍ୟୁ କରିଥିଲେ ।

ଚଳଚ୍ଚିତ୍ରରେ ପ୍ରବେଶ କରିବା ପୂର୍ବରୁ, ନତାଲି ଜଣେ ବୃତ୍ତିଗତ ବାଲେ ଡ୍ୟାନ୍ସର ଥିଲେ । ସେ ମସ୍କୋର ଏକ ସ୍କୁଲ ଏବଂ ଲଣ୍ଡନର ରୟାଲ ବାଲେ ସ୍କୁଲରେ ତାଲିମ ନେଇଥିଲେ । ନତାଲି ବିବାହିତ । ୨୦୨୪ରେ, ସେ ଏମି ପୁରସ୍କାର ବିଜେତା ନିର୍ଦ୍ଦେଶକ ଟିମୋଥି ଉଡୱାର୍ଡ ଜୁନିଅରଙ୍କୁ ବିବାହ କରିଛନ୍ତି । ନତାଲି ତାଙ୍କ ଇନଷ୍ଟାଗ୍ରାମରେ "ଟକ୍ସିକ" ଫିଲ୍ମର ଟିଜର ବି ସେୟାର କରିଛନ୍ତି । 'ଟକ୍ସିକ' ଟିଜରରେ, ନତାଲି ଏକ କବରସ୍ଥାନ ବାହାରେ ଏକ ଭିଣ୍ଟେଜ୍ କାରରେ ୟଶଙ୍କ ସହ ରୋମାନ୍ସ କରୁଛନ୍ତି । ଯାହା ବେଶ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କେହି କଳ୍ପନା କରିନଥିଲେ ଯେ ଟକ୍ସିକ ଟିଜରଟି ଏପରି ହେବ । "ଟକ୍ସିକ"ର ଟିଜର "ଧୁରନ୍ଧର ୨" ପାଇଁ ସମସ୍ୟା ସୃଷ୍ଟି କରିଛି । ଏହି ଫିଲ୍ମ ୧୯ ମାର୍ଚ୍ଚ, ୨୦୨୬ରେ ମୁକ୍ତିଲାଭ କରିବ ।