ନିଜ ସୁନ୍ଦରତାକୁ ନେଇ ଖୁବ୍ ଅହଂକାରୀ ଥିଲେ ଅନୁଷ୍କା, କହିଲେ-ମୋ ଭୁଲ୍‌ ସୁଧାରିଥିଲେ ଆଦିତ୍ୟ ଚୋପ୍ରା

Published By : Prameya-News7 Bureau | September 29, 2024 IST

ମୁମ୍ଵାଇ ୨୯।୦୯: ୨୦୦୮ ମସିହାର ଫିଲ୍ମ ‘ରବନେ ବନାଦି ଯୋଡି’ ଜରିଆରେ ବଲିଉଡରେ   ନାୟିକା ଭାବେ ଦେଖିବାକୁ ମିଳିଥିଲେ ଅନୁଷ୍କା ଶର୍ମା । ସେହି ସମୟରେ ଅନୁଷ୍କାଙ୍କ  ବୟସ ମାତ୍ର ୧୭ ବର୍ଷ ଥିଲା । ଖୁବ୍‌ ଅଳ୍ପ ବୟସରୁ ଅଭିନୟ ଜୀବନ ଆରମ୍ଭ  କରିଥିଲେ ଅନୁଷ୍କା । ଏହା ପୂର୍ବରୁ ସେ ମଡେଲିଂ କରୁଥିଲେ। ଯେହେତୁ ଅତି   ଅଳ୍ପ ବୟସରେ ଗ୍ଲାମର୍‌ ଜଗତରେ ସେ ପାଦ ରଖିଥିଲେ, ସେଥିପାଇଁ ତାଙ୍କ   ମନରେ ଏକ ଧାରଣା ସୃଷ୍ଟି ହୋଇଯାଇଥିଲା, ସେ ଅନ୍ୟମାନଙ୍କ ତୁଳନାରେ  ଖୁବ୍‌ ସୁନ୍ଦରୀ । ନିଜ ସୌନ୍ଦର୍ଯ୍ୟ କାରଣରୁ ତାଙ୍କ ମଧ୍ୟରେ ଅହଂ ବୋଧ ସୃଷ୍ଟି  ହୋଇଥିଲା । ପ୍ରଯୋଜକ ଆଦିତ୍ୟ ଅନୁଷ୍କାଙ୍କ ଏହି ଭୁଲ୍‌ ସୁଧାରିଥିଲେ ଆଦିତ୍ୟ ଚୋପ୍ରା।

ଚୋପ୍ରାଙ୍କ ସହିତ ଦେଖା ହେବା  ପରେ ପରେ ଅନୁଷ୍କାଙ୍କର ସେହି ଧାରଣା ସଂପୂର୍ଣ୍ଣ ଦୂର ହୋଇଯାଇଥିଲା ।  ଆଦିତ୍ୟ କାଳେ ଅନୁଷ୍କାଙ୍କ ତ୍ରୁଟି ସଂଶୋଧନ କରିଥିଲେ । ଆଦିତ୍ୟ କହିଥିଲେ  ବଲିଉଡ୍‌ର ସୀମା ବ୍ୟପାକ । କେବଳ ସୌନ୍ଦର୍ଯ୍ୟ ବଲିଉଡରେ ଶେଷ କଥା  ନୁହେଁ । ନିଖୁଣ ଅଭିନୟ ସହିତ ମାର୍ଜିତ ବ୍ୟବହାର ମଧ୍ୟ ଜଣକୁ ତାରକା  କରିବାରେ ସାହାଯ୍ୟ କରିଥାଏ । ଆଦିତ୍ୟ ମଧ୍ୟ ସ୍ପଷ୍ଟ ଭାବେ ଅନୁଷ୍କାଙ୍କୁ  ଜଣାଇଦେଇଥିଲେ ସେ ଆଦୌ ଅନିନ୍ଦ୍ୟ ସୁନ୍ଦରୀ ନୁହନ୍ତି । ତାଙ୍କଠାରୁ ଆହୁରି ଅଧିକ ସୁନ୍ଦରୀ ଓ ପ୍ରତିଭାମୟୀ ଅଭିନେତ୍ରୀ ବଲିଉଡରେ ଅଛନ୍ତି ।  ଯେଉଁମାନେ ସୁନ୍ଦର ଅଥଚ ଅଭିନୟ ଜଣାନାହିଁ, ସେମାନଙ୍କୁ ବଲିଉଡ ଅଳ୍ପ ଦିନରେ ଦୂରେଇ ଦେଇଛି । ଦର୍ଶକମାନେ ମଧ୍ୟ ସେଭଳି ଅଭିନେତ୍ରୀମାନଙ୍କୁ  ନିଜର ସ୍ଥାନ ଦେଖାଇ ଦିଅନ୍ତି । ତେଣୁ ବଲିଉଡରେ ନିଜ ପାଇଁ ସ୍ଥାନ ଦଖଲ କରିବାକୁ ହେଲେ ଦର୍ଶକମାନଙ୍କ ମନରେ ନିଜ ପାଇଁ ଜାଗା ତିଆରି କରିବାକୁ  ହେବ । ତାହା ସମ୍ଭବ ହୋଇପାରିବ ଅଭିନୟ ବଳରେ, ସେ କ୍ଷେତ୍ରରେ  ସୌନ୍ଦର୍ଯ୍ୟ କିଛି ସହାୟକ ହେବ ନାହିଁ । ଅନୁଷ୍କା ଆଜି ବି ଆଦିତ୍ୟ କହିଥିବା  ସେହି କଥା ମନେ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.