LIVE TV

ଆନ୍ଧ୍ରରେ 'ମୋନ୍ଥା' ତାଣ୍ଡବ: ଚାଲିଗଲା ୩ ଜୀବନ, ନଷ୍ଟ ହୋଇଛି ଚାଷ ଜମି

NEWS7
arijit-singh-health-issue

ଆନ୍ଧ୍ରପ୍ରଦେଶ ୨୯/୧୦: ଆନ୍ଧ୍ରପ୍ରଦେଶର ଅମ୍‌ଲାପୁରମ୍‌ରେ ରାତି ସାଢ଼େ ୧୧ରେ ଲ୍ୟାଣ୍ଡଫଲ୍‌ କରିଛି ବାତ୍ୟା ମୋନ୍ଥା । ତେବେ ବାତ୍ୟା ପ୍ରଭାବରେ ଅନେକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ଆନ୍ଧ୍ର । ଘର ଭାଙ୍ଗିବା ସହ ଗଛ ଉପୁଡିଛି ଓ ବିଦ୍ୟୁତ୍‌ ଖୁଣ୍ଟ ବି ଉପୁଡିଛି । ଆନ୍ଧ୍ରର ୭ ଜିଲ୍ଲାରେ ଲାଗିଥିଲା ରାତ୍ରିକାଳୀନ କର୍ଫ୍ୟୁ । ମଛଲିପଟନମ ନିକଟ ଅମ୍‌ଲାପୁରମ୍‌ରେ ଲ୍ୟାଣ୍ଡଫଲ କରିଛି ।

ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କି.ମି ଓ ସ୍ଥଳ ବିଶେଷରେ ୧୧୦ କି.ମି ରହିଥିଲା । ରାତି ପ୍ରାୟ ୧୧ଟା ୩୦ରେ ଏହା ଆନ୍ଧ୍ର ଉପକୂଳ ସ୍ଥଳଭାଗ ଅତିକ୍ରମ କରିଛି । ଏହା ପରେ ମୋନ୍‌ଥା ଦୁର୍ବଳ ହୋଇପଡିଛି । ମୋନ୍‌ଥା ସ୍ଥଳଭାଗ ଛୁଇଁଲା ବେଳକୁ ପ୍ରବଳ ବର୍ଷା ସହ ପବନ ଯୋଗୁ ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ସମୁଦ୍ରରେ ପ୍ରାୟ ୫ ମିଟର ପର୍ଯ୍ୟନ୍ତ ଉଚ୍ଚ ଲହଡି ଆସିଥିଲା । ଉପକୂଳ ଅଞ୍ଚଳରେ ଥିବା ଅନେକ ଘର ଭାଙ୍ଗିଯାଇଛି ।

କାକିନାଡା ସମେତ ମଛଲିପଟନମ ଅଞ୍ଚଳରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବା ସହ ବଡ ବଡ ଗଛ ଉପୁଡି ରାସ୍ତାରେ ପଡିଛି । ତେବେ ଏହି ବାତ୍ୟା ପ୍ରଭାବରେ ଆନ୍ଧ୍ରରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି । ଆନ୍ଧ୍ର କୋନାସୀମା ଜିଲ୍ଲାରେ ବୃଦ୍ଧାଙ୍କ ଘର ଉପରେ ଗଛ ପଡ଼ିଯିବାରୁ ମୃତ୍ୟୁ ହୋଇଛି । ସେହିଭଳି ଆଉ ଦୁଇଜଣଙ୍କର ବି ଜୀବନ ଯାଇଛି ।