୪ ମାସ ହେଲା ମିଳୁନି ଅଶୋକଙ୍କ ପତ୍ତା, ନିଖୋଜ ପୁଅ ଚିନ୍ତାରେ ପୁରା ପରିବାର

Published By : Prameya-News7 Bureau | July 26, 2024 IST

ଭଦ୍ରକ ୨୬।୦୭ :  ୪ ମାସ ହେଲା ମିଳୁନି ପତ୍ତା । ଚିନ୍ତାର ପୁରା ପରିବାର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜୟଦୁର୍ଗାପାଟଣା ଅଞ୍ଚଳର ସ୍ୱର୍ଗତ ବିଷ୍ଣପଦ ଗିରିଙ୍କ ବଡ଼ ପୁଅ ଅଶୋକ ଗିରିଙ୍କ (ବୟସ-୨୬) ମିଳୁନି ପତ୍ତା । ଧାମରା ମେରାଇନ୍‌ ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଜାରି ରଖିଛି । 

ଖବର ଅନୁଯାୟୀ, ଚଳିତ ବର୍ଷ ୨୪ ତାରିଖ ଅପ୍ରେଲ ମାସ ଦିନ ଘରୁ କୌଣସି କାମରେ ବାହାରକୁ ଯାଇଥିଲେ । ସଂଧ୍ୟା ସମୟରେ ଏକ ହାପ୍‌ ପ୍ୟାଣ୍ଟ ଏବଂ ବେକରେ ଏକ ଗାମୁଛା ପକାଇ ଘରୁ ବାହାରିଥିଲେ । କିଛି ସମୟ ବିତି ଯିବା ପରେ ସେ  ଆଉ ଘରକୁ ଫେରିନଥିଲେ । ଘର ଲୋକ ବ୍ୟସ୍ତ ହୋଇ ଅଶୋକଙ୍କ ମୋବାଇଲ୍‌କୁ ଫୋନ୍‌ କରିଥିଲେ । ହେଲେ ଅଶୋକ ଫୋନ୍‌ଟି ଘରେ ଛାଡି ଯାଇଥିଲେ । ଯାହାଫଳରେ ପରିବାର ଲୋକ ଆହୁରି ବ୍ୟସ୍ତ ଓ ବିବ୍ରତ ହୋଇପଡିଥିଲେ ।ଶେଷରେ ପରିବାର ଲୋକେ ବାଧ୍ୟ ହୋଇ ଅପ୍ରେଲ୍‌ ୨୬ ତାରିଖରେ ଧାମରା ମେରାଇନ୍‌ ପୋଲିସ ଷ୍ଟେସନ୍‌ରେ ଅଭିଯୋଗ କରିଥିଲେ । ଆଉ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । 

ଅଶୋକଙ୍କ ନିଖୋଜକୁ ବର୍ତ୍ତମାନ ସୁଦ୍ଧା ୪ ମାସରୁ ଅଧିକ ସମୟ ବିତିଗଲାଣି । ହେଲେ ତାଙ୍କର କୌଣସି ପତ୍ତା ମିଳିନାହିଁ । ପୋଲିସ ଅଭିଯୋଗ ମାମଲା ରୁଜୁ କରି ଚୁପ୍‌ ବସିଥିବା ବେଳେ ଚିନ୍ତାରେ ପୁରା ପରିବାର । ଅଶୋକଙ୍କ ନିଖୋଜ ପଛରେ କିଏ ଦାୟୀ । ନା ସେ ନିଜେ କିମ୍ବା ଏହାର ପଛରେ ଆଉ କଣ ରହିଛି କାରଣ । ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି । 

ଯଦି କୌଣସି ବ୍ୟକ୍ତି ନିଖୋଜ ଅଶୋକ ଗିରିଙ୍କ ବିଷୟରେ କିଛି ବି ସୂଚନା ପାଇଥାନ୍ତି । ତେବେ ପରିବାରକୁ ଜଣାଇବା ଅନୁରୋଧ କରାଯାଉଛି । ଆଉ ପରିବାର ପକ୍ଷରୁ ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ପୁରସ୍କାର ଦିଆଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି । 

ଖବର ତଳେ ପରିବାର ସଦସ୍ୟଙ୍କ ଠିକଣା ଦିଆଯାଇଛି ।

ଯୋଗାଯୋଗ-

ନାମ- ଅଶୋକ ଗିରି (ନିଖୋଜ ବଡ଼ ପୁଅ)

ପିତା- ସ୍ୱର୍ଗତ ବିଷ୍ଣପଦ ଗିରି

ମାତାଙ୍କ ନାମ- ଅମିତା ଗିରି

ଠିକଣା-ଜୟଦୁର୍ଗାପାଟଣା, ଧାମରା, ଭଦ୍ରକ

ପିନ୍‌ କୋଡ୍‌- ୭୫୬୧୭୧

ମୋବାଇଲ୍‌ ନମ୍ବର- ୭୪୩୦୦୭୩୦୯୬

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.