କୋଣାର୍କ ମନ୍ଦିର ଗର୍ଭଗୃହରୁ ବାଲି କାଢିବାର ସ୍ଥିତି ଅନୁଧ୍ୟାନ, ବୁଲିଦେଖିଲେ ASI ଟିମ୍

Published By : Prameya-News7 Bureau | December 07, 2024 IST

କୋଣାର୍କ ୦୭/୧୨: କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି କାଢିବା, ସଂରକ୍ଷଣ ଓ ରକ୍ଷଣା ବେକ୍ଷଣକୁ ନେଇ ଏଏସଆଇର ଉଚ୍ଚସ୍ତରୀୟ ବୈଠକ ହେବ । ଏଏସଆଇର ଅତିରିକ୍ତ ଡିଜି ଜାହ୍ନବୀ ଶର୍ମାଙ୍କ ଅଧ୍ୟକ୍ଷତାରେ ବୈଠକରେ ଏଏସଆଇ ସୁପରିଟେଣ୍ଡେଣ୍ଟ ଜି ବି ଗଡ଼ନାୟକ ଓ ଅନେକ ବିଶେଷଜ୍ଞଙ୍କ ସହ ସରକାରୀ ଅଧିକାରୀ ଉପସ୍ଥିତ ରହିବେ। 

ଏଥିରେ ଆଇଆଇଟି ଦିଲ୍ଲୀଆଇଆଇଟି ଖଡ଼ଗପୁର ଆଇଆଇଟି ଚେନ୍ନାଇ ଓ କୋର କମିଟିର ୧୫ ଜଣିଆ ସଦସ୍ୟ ଏବଂ ଷ୍ଟ୍ରକଚରାଲ କଂଜରଭେଟର ଆଦି ଉପସ୍ଥିତ ରହିଛନ୍ତି । ଏଏସଆଇ ପକ୍ଷରୁ ବାଲି କଢ଼ାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ କିଭଳି ସୁରକ୍ଷିତ କଢ଼ାଯିବ ଓ ମନ୍ଦିର ସୁରକ୍ଷିତ ରହିବ ତା ଉପରେ ପ୍ରସ୍ତୁତ ହେବ ଆକ୍ସନ ପ୍ଲାନ। 

୨୦୨୨ ନଭେମ୍ବର ମାସରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଭିତରେ ଭୂମିପୂଜନ ହୋଇ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ୩ ବର୍ଷ ମଧ୍ୟରେ ବାଲି କାଢ଼ିବା ପକ୍ରିୟା ସମ୍ପୂର୍ଣ୍ଣ ହେବ ବୋଲି ପୂର୍ବତନ ଏଏସଆଇ ସୁପରିଡେଣ୍ଟଟ ଅରୁଣ ମଲ୍ଲିକ ସୂଚନା ଦେଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.