ତ୍ରିରଙ୍ଗା ପତାକାକୁ ଅପମାନ ମହଙ୍ଗା ପଡ଼ିବ; କୋଲକାତା ଓ ତ୍ରିପୁରାରେ ବାଂଲା ରୋଗୀଙ୍କ ପାଇଁ ହସ୍ପିଟାଲ ବନ୍ଦ

Published By : Prameya-News7 Bureau | December 01, 2024 IST

କୋଲକାତା: ବାଂଲାଦେଶରେ ବାରମ୍ବାର ହିନ୍ଦୁଙ୍କ ଉପରେ ଅତ୍ୟାଚାର ହେଉଥିବା ଅଭିଯୋଗ ଆସୁଛି । ପଡୋଶୀ ଦେଶରେ ଭାରତକୁ ବିରୋଧ, ଭାରତୀୟଙ୍କୁ ବିଚଳିତ କରିଛି । ଏହାକୁ ନେଇ ଏବେ ଭାରତରେ ପ୍ରତିକ୍ରିୟା ଦେଖିବାକୁ ମିଳିଲାଣି । କୋଲକାତାର ଏକ ହସ୍ପିଟାଲରେ ଜାତୀୟ ପତାକାକୁ ଅପମାନ ପରେ ବଡ଼ ନିଷ୍ପତ୍ତି ନେଇ ପଶ୍ଚିମବଙ୍ଗ ପ୍ରଶାସନ । କୋଲକାତାର କୌଣସି ହସ୍ପିଟାଲରେ ବାଂଲାଦେଶୀ ରୋଗୀଙ୍କୁ ସ୍ବାସ୍ଥ୍ୟସେବା ମିଳିବ ନାହିଁ ବୋଲି ଘୋଷଣା ହୋଇଛି  । କୋଲକାତା ପରେ ତ୍ରିପୁରାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସେଠାରେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।

ତ୍ରିପୁରାର ଅଗରତାଲାରେ ଥିବା INS ହସ୍ପିଟାଲର ଜଣେ ଅଧିକାରୀ କହିଛନ୍ତି, ଜଣେ ଭାରତୀୟ ଭାବେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରୁଛି । ବାଂଲାଦେଶୀ ସେଠାରା ଥିବା ହିନ୍ଦୁ ମାନଙ୍କୁ ଅପମାନିତ କରୁଛନ୍ତି । ସେମାନଙ୍କ ସହିତ ଖରାପ ବ୍ୟବହାର କରୁଛନ୍ତି । ତେଣୁ ବାଂଲାଦେଶ ରୋଗୀଙ୍କୁ  ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ ନାହିଁ ବୋଲି ହସ୍ପିଟାଲ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କିଛି ଦିନ ତଳେ ବାଂଲାଦେଶର ବ୍ରାହ୍ମଣବାରିଆ ଜିଲ୍ଲାରେ ଏକ ଭାରତ-ବାଂଲାଦେଶ ଅନ୍ତଃରାଷ୍ଟ୍ରୀୟ ବସ୍‌କୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ବସ୍ ଉପରେ ଜାଣିଶୁଣି ଆକ୍ରମଣ ହୋଇଛି ବୋଲି ଦାବି କରିଥିଲେ ତ୍ରିପୁରା ସରକାର । ଏହା ପରେ ଆଇଏନଏସ ହସ୍ପିଟାଲରେ ଏହି ନିଷ୍ପତ୍ତି ନିଆଯାଇଛି ।

ତ୍ରିପୁରା ପରିବହନ ଏବଂ ପର୍ଯ୍ୟଟନ ମନ୍ତ୍ରୀ ସୁଶାନ୍ତ ଚୌଧୁରୀ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି, ମାଲ୍ ବୋଝେଇ ଟ୍ରକ୍ ଜାଣିଶୁଣି ଅନ୍ତଃରାଷ୍ଟ୍ରୀୟ ବସ୍‌କୁ ଧକ୍କା ଦେଇଥିଲା । ଏହା ପରେ ସ୍ଥାନୀୟ ଲୋକେ ବସ୍‌ରେ ଯାତ୍ରା କରୁଥିବା ଭାରତୀୟଙ୍କୁ ଧମକ ଚମକ ଦେଇଥିଲେ । ଭାରତ ବିରୋଧୀ ନାରା ଦେଇଥିଲେ । ଜୀବନ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ ।... 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.