ଭୁବନେଶ୍ବର ୬।୮: ରାଜଧାନୀରେ ଅଟୋ, ଟ୍ୟାକ୍ସି ଡ୍ରାଇଭରଙ୍କ ଚକ-ଅଖ ଜାମ୍ । ରାଜଧାନୀରେ ଅନଲାଇନ୍ ଅଟୋ, ଟ୍ୟାକ୍ସି ସେବା ବାଧାପ୍ରାପ୍ତ ହୋଇଛି । ଓଲା, ଉବେର ଓ ରାପିଡୋ ଓଡିଶା ପରିବହନ ବିଭାଗର ଏଗ୍ରିମେଣ୍ଟ ନିୟମକୁ ନମାନି ପ୍ରାଇଭେଟ୍ ନମ୍ବର ଥିବା ଦୁଇଚକିଆ ଯାନକୁ ପାସେଞ୍ଜର ନେବା ଆଣିବାରେ ବିନିଯୋଗ କରୁଛନ୍ତି । ବାଣିଜ୍ୟିକ ନମ୍ବର ପ୍ଲେଟ୍ ନଥାଇ ଓଲା, ଉବେର ଓ ରାପିଡୋ ବ୍ୟବସାୟ କରୁଛନ୍ତି । ଯାହାକୁ ନେଇ ଅଟୋ ଓ ଟ୍ୟାକ୍ସି ଚାଳକମାନେ ଅଭିଯୋଗ କରିଛନ୍ତି । ବିଦେଶୀ ହଟେଇ ସ୍ୱଦେଶୀ ଆପଣାଇବା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ।
ସଂଘ ସଭାପତି କହିଛନ୍ତି, ଓଲା, ଉବେର ଓ ରାପିଡ଼ୋ ସଂସ୍ଥା ବାରମ୍ବାର ଅଟୋ ଚାଳକମାନଙ୍କୁ ଠକି ଆସୁଛନ୍ତି । ପୂର୍ବରୁ ବିନା ବାଣିଜ୍ୟିକ ନମ୍ବର ପଞ୍ଜୀକରଣରେ ଦୁଇ ଚକିଆ ଯାନ ସହରରେ ମନଇଚ୍ଛା ଯାତ୍ରୀ ବୁହାଉଥିଲେ । ୨ ବର୍ଷ ଧରି ଏନେଇ ପରିବହନ ବିଭାଗର ଦୃଷ୍ଟି ଆକର୍ଷଣ କରୁଛୁ । ଏକାଧିକଥର ବିକ୍ଷୋଭ କରିଛୁ । ଅଟୋରିକ୍ସା ଚଳାଇବା ବନ୍ଦ କରିଛୁ । ଆଞ୍ଚଳିକ ପରିବହନ ଅଧିକାରୀ (ଆର୍ଟିଓ)-୧ କାର୍ଯ୍ୟାଳୟ ଘେରିଥିଲୁ । ଆମର ଆନ୍ଦୋଳନ ଆଗରେ ପରିବହନ ବିଭାଗ ମୁଣ୍ଡ ନୁଆଁଇଥିଲା । ବାଣିଜ୍ୟିକ ନମ୍ବର ପଞ୍ଜୀକରଣକୁ ବାଧ୍ୟତାମୂଳକ କରିଥିଲା । ତା’ପରଠୁ ମାତ୍ର ୬୦୦ରୁ ୭୦୦ ଦୁଇ ଚକିଆ ଯାନ ଏହି ନିୟମକୁ ମାନିଲେ । ଅନ୍ୟ ଆରୋହୀମାନେ ଘରୋଇ ନମ୍ବର ପଞ୍ଜିକୃତ ଦୁଇ ଚକିଆ ଯାନକୁ ଏବେ ବି ମନଇଚ୍ଛା ଚଳାଉଛନ୍ତି । ପରିବହନ ବିଭାଗକୁ ବାରମ୍ବାର ଏନେଇ ଅବଗତ କରାଇବା ସତ୍ତ୍ବେ କୌଣସି ଫଳ ମିଳିଲାନି । ତେଣୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ରାଜଧାନୀର ଚକଅଖ ବନ୍ଦ ରହିବ ।
You Can Read:
ବଣାଇ ସହରରେ ଗୋଠଛଡ଼ା ଦନ୍ତାର ଉତ୍ପାତ, ବାଣେଶ୍ୱର ମନ୍ଦିର ପରିସରରେ ପଶିଲା ହାତୀ