ଭୁବନେଶ୍ବର ୨୯।୧୦: ଓଡିଶାରେ ଖୁବ୍ଶୀଘ୍ର ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଏହା ସହିତ ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନା ମଧ୍ୟ ଜାରି ରହିବ । ପୂର୍ବରୁ ବାଦ ପଡିଥିବା ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯିବ । ବଜେଟ୍ରେ ସ୍ୱାସ୍ଥ୍ୟ ପାଇଁ ୩୫୫୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ସେହିଭଳି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ୨୧ ହଜାର କୋଟି ଯାହା ପୂର୍ବ ବର୍ଷ ଅପେକ୍ଷା ଅଧିକ । ୨୭ ହଜାରରୁ ଅଧିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇପାରିବେ ରୋଗୀ । ଗ୍ରାସରୁଟ୍ ଲେବଲରୁ ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ମିଳିବ । ଆୟୁଷ୍ମାନ ଓ ଗୋପବନ୍ଧୁ ମିଶିଲେ ସାରା ଦେଶରେ ଆମ ରାଜ୍ୟରେ ସବୁଠାରୁ ଉତ୍ତମ ଚିକିତ୍ସା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
You Can Read: