ଧୁମ୍‌ଧାମ୍‌ରେ ଶେଷ ହେଲା ବାବା ଆଖଣ୍ଡଳମଣୀଙ୍କ ପ୍ରସିଦ୍ଧ ଶିବ ବିବାହ ଉତ୍ସବ

Published By : Prameya-News7 Bureau | June 12, 2024 IST

ଚାନ୍ଦବାଲି ୧୨।୬: ଭଦ୍ରକ ଜିଲ୍ଲା ଆରଡିରେ ବାବା ଆଖଣ୍ଡଳମଣୀଙ୍କ ମନ୍ଦିରରେ ପ୍ରସିଦ୍ଧ  ଶିବବିବାହ ପାଇଁ ମଙ୍ଗଳବାର ସନ୍ଧ୍ୟା ଠାରୁ ଉତ୍ସବ ମୁଖର ହୋଇ ଉଠିଥିଲା ସମଗ୍ର ପୀଠ । ମନ୍ଦିର ପରିସର ଓ ପୀଠକୁ ରଙ୍ଗୀନ ଆଲୋକରେ ସୁସଜ୍ଜିତ କରାଯାଇଥିବା ବେଳେ ଫୁଲରେ ଝଲସୁଛି ଥିଲା ମନ୍ଦିର ମୁଖ୍ଯ ଦ୍ବାର । 

ସୋମବାର ବୈଦିକ ରୀତିନୀତି ଅନୁଯାୟୀ ବରପିତା କେଦାରନାଥ ପାଢୀ ଓ କନ୍ଯାପିତା ଗଦାଧର ପାଢୀଙ୍କ ପକ୍ଷରୁ ଦେବଦମ୍ପତିଙ୍କର ମଙ୍ଗଳପାଗ ନୀତି ଓ ମଙ୍ଗଳବାର ବରଧରା ସମ୍ପନ୍ନ ହୋଇଥିବା ବେଳେ ରାତିରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେଲା । ଏଥିପାଇଁ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ଚାନ୍ଦବାଲି ବିଡିଓ ଅସିତ ମହାନ୍ତି, ତହସିଲଦାର ଅଶ୍ବିନୀ କୁମାର ଭୂୟାଁ,  ଧାମନଗର ଏସଡିପିଓଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ପୀଠରେ ରହି ସମସ୍ତ କାର୍ଯ୍ଯର ତଦାରଖ କରିଥିଲେ । ବିଶେଷ କରି ପୀଠରେ ଚଳିତବର୍ଷ ତ୍ରିସ୍ତରୀୟ ସୁରକ୍ଷା ବ୍ଯବସ୍ଥା ସହିତ ଟ୍ରାଫିକ ବ୍ଯବସ୍ଥାକୁ କଡାକଡି କରାଯାଇଥିଲା । ଏହାସହ ପୀଠ ନିକଟରେ ଥିବା ୩ଟି ନଦୀଘାଟର ଉଭୟ ପାର୍ଶ୍ବରେ   ସୁରକ୍ଷା ବ୍ଯବସ୍ଥା କରାଯିବା ସହିତ ନଦୀ ମଧ୍ଯରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପଇଁତରା ମଧ୍ୟ ମାରିଥିଲେ । 

You Can Read :

ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା : ଦେବଦମ୍ପତିଙ୍କ ନଗର ପରିକ୍ରମା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.