୨୦ ହଜାର ଟଙ୍କା ପାଇଁ ଶିଶୁ ପୁତ୍ର ବିକ୍ରି, ଥାନାରେ ଅଭିଯୋଗ କଲେ ପରିବାର

Published By : Prameya-News7 Bureau | October 14, 2024 IST

ସାଲେପୁର ୧୪/୧୦: କୋଡିଏ ହଜାର ଟଙ୍କାରେ ଶିଶୁ ପୁତ୍ରକୁ ବିକ୍ରି । ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ଖୋଦ ଶିଶୁ ପୁତ୍ରର ଜେଜେବାପା ରାହସ ବିହାରୀ ସାମଲ। ସାଲେପୁର ଥାନାରେ ନାତିକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ଜେଜେ । ସେପଟେ ପୋଲିସ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛି। 

ସୂଚନା ଥାଉକି, କଟକ ସାଲେପୁର ଥାନା କାନପୁର ଗାଁର ରାହସ ବିହାରୀ ସାମଲଙ୍କ ପୁଅ ତପନ ସାମଲ ନିଶ୍ଚିନ୍ତକୋଇଲି ଥାନା ବଡ଼କ୍ଷୀର ଗାଁର କାହ୍ନୁ ଚରଣ ସାମଲଙ୍କ ଝିଅ ରୁବିନା ଙ୍କ ସହିତ ବୈଦିକ ରୀତି ନୀତି ଅନୁଯାୟୀ ବିବାହ କରିଥିଲେ । ଉଭୟଙ୍କର ଗୋଟେ ଝିଅ ଓ ଗୋଟେ ପୁଅ ଥିଲା । 

ଛଅ ମାସ ହେବ ବୋହୂ ଶ୍ୱଶୁର ଘରେ ନରହି ଝିଅକୁ ଛାଡି ପୁଅକୁ ଧରି ଅନ୍ୟତ୍ର ଚାଲିଯାଇଥିଲେ । କିନ୍ତୁ ନାତିକୁ ଦେଖିବା ପାଇଁ ଆମେ ବୋହୁ ଘରେ ପହଁଚିଲା ବେଳକୁ ନାତିକୁ ପାଇଁ ନଥିଲୁ । ହେଲେ କୌଣସି ଏକ ସୂତ୍ରରୁ ଖବର ପାଇ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ବେଲରପା ଗାଁର ଅନନ୍ତ ସାମଲଙ୍କ ଘରେ ଥିବା ସୂଚନା ପାଇ ଆମେ ସେଠାରେ ପହଚିଥିଲୁ । 

ଆମ ନାତିକୁ ଦେଖିବା ସହ ଫେରାଇଦେବା ପାଇଁ କହିଥିଲୁ । ହେଲେ ସେମାନେ କୋଡିଏ ହଜାର ଟଙ୍କା ମାଗିଥିଲେ । କୋଡିଏ ହଜାର ଦେଲେ ଆମେ ତମ ନାତିକୁ ଫେରାଇ ଦେବୁ ବୋଲି କହିଥିଲେ । ଯେହେତୁ ସେମାନେ କୋଡିଏ ହଜାର ଟଙ୍କା ଦାବି କରୁଛନ୍ତି ଆମେ ଭାବୁଛୁ ଯେ ଆମ ନାତିକୁ ତା ମାମୁଁ ଓ ଅଜା କୋଡିଏ ହଜାର ଟଙ୍କାରେ ବିକ୍ରି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.