ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ, ଇଭିଏମ୍ ଭଙ୍ଗାରୁଜା ଘଟଣାରେ ହୋଇଛନ୍ତି ଗିରଫ

Published By : Prameya-News7 Bureau | May 31, 2024 IST

ଖୋର୍ଦ୍ଧା ୩୧।୫: ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ । ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଇଭିଏମ୍‌ ଭଙ୍ଗାରୁଜା ମାମଲାରେ ପ୍ରଶାନ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଖୋର୍ଦ୍ଧା ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଜାମିନ ଆବେଦନ ଖାରଜ କରିଛନ୍ତି । ଏ ନେଇ ପ୍ରଶାନ୍ତଙ୍କ ଓକିଲ ପ୍ରଭାତ ଦାସ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଶନିବାର ବୋଲଗଡ ବ୍ଲକ କାଉଁରିପାଟଣା ୧୧୪ନଂ ବୁଥ୍‌ରେ ଇଭିଏମ୍ ଭଙ୍ଗାରୁଜା ନେଇ ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଗିରଫ କରି ଜେଲ୍ ପଠାଇଥିଲା । ପ୍ରଶାନ୍ତଙ୍କ ପକ୍ଷରୁ ହାଇକୋର୍ଟ ଓକିଲ ପୀତାମ୍ବର ଆଚାର୍ଯ୍ୟ ଏବଂ ସରକାରୀ ଓକିଲ ରଜନୀ ପଟ୍ଟନାୟକ ଯୁକ୍ତି ବାଢିଥିଲେ । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ତାଙ୍କ ଜାମିନ ଖାରଜ କରିଥିବା ସରକାରୀ ଓକିଲ ରଜନୀ ପଟ୍ଟନାୟକ କହିଛନ୍ତି ।

You Can Read :

ନିଖୋଜ ଛାତ୍ର ଚନ୍ଦନଙ୍କ ମୃତଦେହ ଉଦ୍ଧାର, ଗୁରୁବାର ମହାନଦୀରେ ବୁଡିଯାଇଥିଲେ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.