ଭାରତ-ବାଂଲାଦେଶ କାନପୁର ଟେଷ୍ଟରେ ଫ୍ୟାନଙ୍କ ସହ ମାରପିଟ, ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | September 27, 2024 IST

କାନପୁର ୨୭।୯: ଭାରତ ଓ ବାଂଲାଦେଶ ମଧ୍ୟରେ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ବାଂଲାଦେଶ କ୍ରିକେଟ ଟିମ୍‌ର ଫ୍ୟାନଙ୍କ ସହ ମାରପିଟ ହୋଇଛି। ଫଳରେ ଫ୍ୟାନ ଅସୁସ୍ଥ ହୋଇପଡିଥିବା ବେଳେ ତାଙ୍କୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ସମ୍ପର୍କରେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଖବର ଆସି ନାହିଁ। ତେବେ ବାଂଲାଦେଶ କ୍ରିକେଟ ଟିମ୍‌ର ପ୍ରଶଂସକ ନିଜକୁ ‘ସୁପର ଫ୍ୟାନ ରବି’ ବୋଲି ପରିଚୟ ଦେଇଛି। 

ଏହି ଘଟଣା ସମୟରେ ସେ ବାଘ ପୋଷାକ ପିନ୍ଧିଥିଲା ଓ ଷ୍ଟାଡିୟମର ଦର୍ଶକ ଦିର୍ଘା ଷ୍ଟାଣ୍ଡ ‘ସି’ ରେ ବସିଥିଲା। ଉତ୍ତରପ୍ରଦେଶ କ୍ରିକେଟ ସଂଘର ଜନୈକ ଅଧିକାରୀ ରବି ଘଟଣାର ସଠିକ ବର୍ଣ୍ଣନା କରିପାରୁନଥିବା କହିଛନ୍ତି। ବୋଧ ହୁଏ ସେ ଯନ୍ତ୍ରଣା ଯୋଗୁ ସଠିକ କିଛି କହିପାରୁନଥିଲା ବୋଲି ସେ କହିଛନ୍ତି। ତେବେ ଗଣମାଧ୍ୟମକୁ ଝଗଡା କାଳରେ ତାଙ୍କ ପେଟକୁ କେହି ଘୁଷା ମାରିଥିବାର ସେ ସୂଚିତ କରିଛି। ଅଧିକାରୀ କହିଛନ୍ତି ତାଙ୍କୁ ଯେତେବେଳେ ଦର୍ଶକ ଗ୍ୟାଲେରୀରୁ କଢା ଗଲା ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। 


ପୋଲିସ ତାଙ୍କୁ ବସିବାକୁ ଏକ ଚୌକି ଦେଥିଲା ତେବେ ସେ ବସି ପାରିନଥିଲେ ଓ ବେହୋସ ହୋଇ ତଳେ ପଡିଯାଇଥିଲେ। ଷ୍ଟାଡିୟମରେ ମହଜୁଦ ପୋଲିସ ଅଧିକାରୀ ରବିଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିବା କହିଛନ୍ତି ଓ ତାଙ୍କୁ ଆମ୍ବୁଲାନ୍ସ ଡକାଇ ହସ୍ପିଟାଲ ପଠାଯାଇଛି। ତେବେ ତାଙ୍କୁ କେହି ମାଡ ମାରିଛନ୍ତି କି ନା ତାହା ଆମେ ସ୍ପଷ୍ଟ ରୂପେ ଜାଣି ନଥିବା ପୋଲିସ ଅଧିକାରୀ କହିଛନ୍ତି।   ଫ୍ୟାନଙ୍କ ଉପରେ ନଜର ରଖିବାକୁ ସେହି ଷ୍ଟାଣ୍ଡରେ ଜଣେ ପୋଲିସ କନଷ୍ଟେବଲ ମୁତୟନ ଥିଲେ ବୋଲି ସେ କହିଛନ୍ତି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.