କର୍ତ୍ତବ୍ୟ ପଥରେ ଉଡିଲା ତ୍ରିରଙ୍ଗା, ବିଶ୍ୱ ଦେଖିଲା ଭାରତର ଶକ୍ତି ଏବଂ ପରାକ୍ରମ

NEWS7
bangladesh-official-meets-indian-envoy-shares-deep-concern-on-border-tensions

ନୂଆଦିଲ୍ଲୀ,|୧: ଗଣତନ୍ତ୍ର ଦିବସ ଉପଲକ୍ଷେ ସାରା ଦେଶ ଆଜି ଉତ୍ସବ ପାଳନ କରୁଛି । ପୁରପଲ୍ଲୀରେ ସବୁଠି ଆଜି ଦେଶପ୍ରେମର ଝଲକ ଦେଖିବାକୁ ମିଳିଛି । ତେବେ ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତ୍ତୋଳନ କରିଛନ୍ତି । ୟୁରୋପୀୟ କାଉନସିଲର ଅଧ୍ୟକ୍ଷ ଆଣ୍ଟୋନିୟୋ କୋଷ୍ଟା ଏବଂ ୟୁରୋପୀୟନ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ଡେର୍ ଲେୟନ ଏଥିରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଛନ୍ତି । ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

ଏଥର କର୍ତ୍ତବ୍ୟ ପଥରେ ଭାରତ ନିଜର ବିକାଶ ଯାତ୍ରା, ସାଂସ୍କୃତିକ ବିବିଦ୍ଧତା ଏବଂ ସୈନ୍ୟ ଶକ୍ତିର ପରାକ୍ରମକୁ ପ୍ରଦର୍ଶିତ କରିଛି । ଅପରେସନ ସିନ୍ଦୂରରେ ବ୍ୟବହାର ହୋଇଥିବା ଆଡଭାନ୍ସଡ୍ ସିଷ୍ଟମ୍ ଏବଂ ଅସ୍ତ୍ରଶସ୍ତ୍ରକୁ ପ୍ରଦର୍ଶନ କରାଯାଇଛି ।

ସକାଳ ୧୦ଟା୩୦ରେ ସମାରୋହ

ସୋମବାର ସକାଳ୧୦ଟା୩୦ରେ କର୍ତ୍ତବ୍ୟ ପଥରେ ପରେଡ୍ ସମେତ ସମାରୋହ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା । ଯାହା ପ୍ରାୟ ୯୦ମିନିଟ୍ ଧରି ଚାଲିଛି । ଚଳିତ ବର୍ଷ ଗଣତନ୍ତ୍ରଦିବସର ଥିମ୍ ରହିଛି 'ନ୍ଦେ ମାତରଂର ୧୫୦ବର୍ଷ' ।

କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ସହିଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାପରେ ରାଷ୍ଟ୍ରପତି କର୍ତ୍ତବ୍ୟ ପଥରେ ପହଁଚିଥିଲେ ।

ଖାସ୍ ଆକର୍ଷଣରେ ସେନାର ମଡେଲ୍

ଭାରତୀୟ ସେନା ପ୍ରଥମ ଥର ଫେଜଡ୍ ବ୍ୟାଟେଲ୍ ସରଞ୍ଚନାକୁ ପ୍ରଦର୍ଶନ କରିଛି । ଏଥିରେ ଡ୍ରୋନ୍, ଟ୍ୟାଙ୍କ୍ ଏବଂ ଗୋଳାବାରୁଦକୁ ନେଇ ଯୁଦ୍ଧ ଅଭ୍ୟାସର ମଡଡେଲ ପ୍ରଦର୍ଶନକରାଯାଇଛି । ଯାହା ଅସଲି ଭଲି ଲାଗିବ ।ଏହାସହ ବାୟୁସେନାର ହେଲିକପ୍ଟର ମଧ୍ୟ ଶକ୍ତି ପ୍ରଦର୍ଶନ କରିଛନ୍ତି ।ଆକାଶରେ ବାୟୁସେନାର ବିମାନ ରଣକୌଶଳ ପ୍ରଦର୍ଶନ କରିଛି ।