ବିଜେଡିକୁ ଭାଙ୍ଗିବାକୁ ଚକ୍ରାନ୍ତ କରୁଛନ୍ତି କୁଚକ୍ରୀ, 'ଆଗରୁ କରିଥିଲେ, ତଡ଼ା ବି ଖାଇଥିଲେ'

NEWS7
bata-isnt-indian

ଭୁବନେଶ୍ୱର ୧୭/୦୧: ବିଜେଡିକୁ ଭାଙ୍ଗିବାକୁ ମିଡ୍ ନାଇଟ୍ ଅପରେଶନ ଫେଲ୍ । ପୂର୍ବରୁ ବି ଫେଲ୍ ହୋଇଥିଲା, ଏବେ ବି ଫେଲ୍ ହୋଇଛି । କୁଚକ୍ରୀ ତ ଲାଗିବେ, ନୂଆ କଥା କଣ । ଆଗକୁ ବି ମିଡ୍ ନାଇଟ୍ ଅପରେସନ ହେଲେ ଏମିତି ହେବ ଆକ୍ସନ । ଦଳକୁ ଦୁର୍ବଳ କରିବାକୁ ଷଡଯନ୍ତ୍ର କରାଯାଇଥିଲା । ଏଥିରେ ବିଜୟ ମହାପାତ୍ର, ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ ଅଂଶ ବିଶେଷ ଥିଲେ ।

ଗତ କିଛି ମାସ ହେବ ଏମାନେ ଷଡ଼ଯନ୍ତ୍ରରେ ସାମିଲ୍ ଥିଲେ । କିଛି ବର୍ଗ ଲାଗିଛନ୍ତି ଦଳକୁ ଦୁର୍ବଳ କରିବାକୁ । ବିଜୟ ମହାପାତ୍ର ବ୍ୟାକ୍ ଅପ୍ ଦେଉଥିଲେ ।ଗୋଟେ ପ୍ରଶ୍ନ ଉଠୁଛି ଯେ ଅନ୍ୟ ମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଦେବାଶିଷ ସାମନ୍ତରାୟଙ୍କ ଭଳି କିଛି ନେତା କେବେ କହିନାହାନ୍ତି ଦଳ ଭାଙ୍ଗୁ ବୋଲି ।​​​​​​

କିନ୍ତୁ ଏମାନେ ଦଳକୁ କ୍ଷତି କରିବାକୁ ଚେଷ୍ଟା କରୁଥିଲେ। ସେଥିପାଇଁ କାର୍ଯ୍ୟାନୁଷ୍ଠାନ । ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତ ପାଇଁ ନିଲମ୍ବନ ହେଲେ । ମାସ ମାସ ଧରି ବିଚାର କରିବା ପରେ ପ୍ରମାଣିତ ହୋଇଥିଲା, ତାପରେ ସଭାପତି କାର୍ଯ୍ୟାନୁଷ୍ଠାନ ନେଲେ। କିଏ ବ୍ୟାକ୍ ଅପ୍ ଦେବ, କିଏ ସଙ୍ଗଠିତ କରିବ ଆଉ କିଏ ଏକ୍ଜିକ୍ୟୁଟ୍ କରିବ ସେ ତିନି ଜଣଙ୍କ ଭିତରେ ବଣ୍ଟାଯାଇ ଥିଲା।