ବଡ଼ଚଣା ପିଏମ କିଶାନ କାର୍ଯ୍ୟକ୍ରମ : ପ୍ରଧାନମନ୍ତ୍ରୀ କିଶାନ ବୀମା ଯୋଜନାରେ ହିତାଧିକାରୀଙ୍କୁ ବୀମା ରାଶି ପ୍ରଦାନ

Published By : Prameya-News7 Bureau | June 19, 2024 IST

ଚଣ୍ଡିଖୋଲ ୧୯।୬: ଯାଜପୁର ଜିଲ୍ଲା ବଡ଼ଚଣା କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜିତ ପ୍ରଧାନମନ୍ତ୍ରୀ କିଶାନ ବୀମା ଯୋଜନା କାର୍ଯ୍ୟକ୍ରମରେ ଯୋଗଦେଲେ ଜଙ୍ଗଲ ପରିବେଶ ଓ ଶ୍ରମ ନିୟୋଜନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ପ୍ରଧାନମନ୍ତ୍ରୀ କିଶାନ ବୀମା ଯୋଜନାରେ ହିତାଧିକାରୀଙ୍କୁ ବୀମା ରାଶି ପ୍ରଦାନ କରାଯାଇଛି । ଏନେଇ କୃଷି ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୃଷକ ସମାଜ ନିମନ୍ତେ ରଖିଥିବା ଅଭିଭାଷଣକୁ ଏଲଇଡି ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା । ପରେ ଅନୁଷ୍ଠିତ ଉତ୍ସବରେ ମନ୍ତ୍ରୀଙ୍କ ସହ ଯାଜପୁର ସାଂସଦ ଡ଼. ରବୀନ୍ଦ୍ର ନାରାୟଣ ବେହେରା ଓ ବଡ଼ଚଣା ବିଧାୟକ ଅମର ନାୟକ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କିଶାନ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଶତାଧିକ ହିତାଧିକାରୀ ଯୋଗଦେଇଥିଲେ ।

You Can Read :

ହାତୀର ମୃତଦେହ ଠାବ, ହଦଗଡ ହସ୍ତୀ ଅଭୟାରଣ୍ଯରୁ ଖସି ଆସିଥିଲା

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.