ମାର୍ଚ୍ଚ ପହିଲାରୁ ନୂଆ ନିୟମ, ସିଷ୍ଟମରେ ୬ ଘଣ୍ଟାରେ ଥରେ ହୋଇଯିବ ଲଗଆଉଟ୍

NEWS7
bengaluru-metro-fare-reduced-by-up-to-30-percent-after-backlash-over-hike

ନୂଆଦିଲ୍ଲୀ ୨୭/୦୨: ଏଣିକି ଫୋନରେ ସିମ୍ ନଥିଲେ ଚାଲିବନି ହ୍ବାଟ୍ସଆପ୍ । କମ୍ପ୍ୟୁଟରରେ ୬ ଘଣ୍ଟାରେ ଥରେ ହୋଇଯିବ ଲଗଆଉଟ୍ । ଆସନ୍ତା ମାର୍ଚ୍ଚ ପହିଲାରୁ ଲାଗୁ ହେବ ନୂଆ ନିୟମ‘ସିମ୍ ବାଇଣ୍ଡିଂ’ ନିୟମ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି । ସିମ୍ କାର୍ଡ ନଥିଲେ ହ୍ୱାଟସଆପ୍, ଟେଲିଗ୍ରାମ୍ ଚାଲିବନି । ସିଗନାଲ୍ , ସ୍ନାପଚାଟ୍, ସେୟାରଚାଟ୍ ଭଳି ମେସେଜିଂ ଆପ୍ କାମ କରିବନି । ସାଇବର୍ ଠକେଇ ରୋକିବାକୁ ସରକାରଙ୍କ କଠୋର ନିୟମ । ହ୍ୟାକର୍ସ କିମ୍ବା ଠକମାନେ ଅନ୍ୟ ଡିଭାଇସରେ ନମ୍ବର ବ୍ୟବହାର କରିପାରିବେନି ।

ସୂଚନା ଥାଉକି, ସିମ୍ କାର୍ଡ ବାଇଡିଂ ନିୟମ ଲାଗୁ କରିବା ପାଇଁ ରଖାଯାଇଥିବା ଫେବ୍ରୁଆରୀ ୨୮ ତାରିଖର ଡେଡ୍ ଲାଇନ ଆଉ ବଢ଼ାଯିବ ନାହିଁ ବୋଲି ଆଜି କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି । ଏହି ନିୟମ ଅନୁସାରେ ମୋବାଇଲ ଫୋନ୍‌ରେ ସିମ୍ କାର୍ଡ ନଥିଲେ ହ୍ୱାଟସ୍ଆପ୍, ଟେଲିଗ୍ରାମ, ସିଗ୍ନାଲ, ସ୍ନାପଚାଟ, ସେୟାରଚାଟ୍, ଜିଓଚାଟ୍, ଅରାଟାଇ ଓ ଯୋଶ ଭଳି ମେସେଜିଂ ଆପ୍ ଆଉ କାମ କରିବ ନାହିଁ । କମ୍ପ୍ୟୁଟରରେ ଲଗିଙ୍ଗ ହ୍ୱାଟସ୍ଆପ୍ ୬ ଘଣ୍ଟା ଭିତରେ ଲଗ୍ଆଉଟ୍ ହୋଇଯିବ ।

ସରକାରଙ୍କ ଦାବି ଯେ ଏଭଳି ନିୟମ ଲାଗୁ ହେବା ଫଳରେ ସାଇବର ଠକେଇର ପତ୍ତା ଲଗାଇବାରେ ସହାୟକ ହେବ । ଆସନ୍ତା ମାର୍ଚ୍ଚ ପହିଲାରୁ ଏହି ନିୟମ ଲାଗୁ ହେବ । ବର୍ତ୍ତମାନ ପ୍ରଚଳିତ ନିୟମ ଅନୁସାରେ ମୋବାଇଲ୍ ଫୋନ୍ରୁ ସିମ୍ ହଟାଇ ଦିଆଯିବା ପରେ ମଧ୍ୟ ଫୋନ୍ରେ ବିଭିନ୍ନ ଆପ୍ ଚାଲୁଛି । ସେହିଭଳି କମ୍ପ୍ୟୁଟରରେ ଥରେ ଲଗିଙ୍ଗ କଲେ ତାହା ସପ୍ତାହେ ପର୍ଯ୍ୟନ୍ତ କାର୍ଯ୍ୟ କରୁଛି । ଓଟିପି ମାଧ୍ୟମରେ ଯେକୌଣସି ସମୟରେ ଲଗିଙ୍ଗ ହୋଇପାରୁଛି । ନିୟମ ଉଲ୍ଲଂଘନ କଲେ କୌଣସି ବିଶେଷ ଜରିମାନା କିମ୍ବା ରିପୋର୍ଟିଂର ପ୍ରାବଧାନ ନାହିଁ ।

କିନ୍ତୁ ସିମ୍ ବାଇଡିଂ ନିୟମ ଲାଗୁ ହେବା ଫଳରେ ମୋବାଇଲ ଫୋନ୍ରେ ପଞ୍ଜିକୃତ ସିମ୍ କାର୍ଡ ରହିବା ଓ ଆକ୍ଟିଭ ହେବା ବାଧ୍ୟତାମୂଳକ । ସୁରକ୍ଷା ଦୃଷ୍ଟିରୁ କମ୍ପ୍ୟୁଟରରେ ଆପଣାଛାଏଁ ୬ଘଣ୍ଟା ପରେ ଲଗ୍ଆଉଟ୍ ହୋଇଯିବ । ସିମ୍ ବାଇଡିଂ ବିନା ଆପ୍ କାମ କରିବା ବନ୍ଦ କରିଦେବ । କମ୍ପାନିକୁ ୧୨୦ ଦିନରେ ନୂଆ ନିୟମ ପାଳନ କରାଯିବାର ରିପୋର୍ଟ ଦେବାକୁ ପଡିବ ।