ପଟ୍ଟାମୁଣ୍ଡାଇ ୧୭।୩: ବିଦ୍ୟାଳୟର ଡ୍ରେସ୍ ବିଲ୍ କରାଇ ଦେବାକୁ ନେଉଥିଲେ ଲାଞ୍ଚ । ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ଠାରୁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିଲେ । ବିଇଓ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଏମ୍ଡି ଫିରୋଜ ଖାଁ ।
ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ନହୁଣି ଗାଁର ବାବା ଦଧିବାବନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ୫ଟି ବିଦ୍ୟାଳୟରେ ଏଲିମେଟରୀ ଡ୍ରେସ୍ ବଣ୍ଟନ କରିଥିଲେ l ଏହି ଡ୍ରେସ୍ ବିଲ୍ କରିବା ଲାଗି ଗିରଫ ଆକାଉଣ୍ଟାଣ୍ଟ ଜଣଙ୍କ ଲାଞ୍ଚ ନେଉଥିଲେ । ପୂର୍ବରୁ ଫିରୋଜ ଖାଁ ୫ ହଜାର ଟଙ୍କା ନେଇଥିଲେ ବୋଲି ଅଭିଯୋଗକାରୀ ଅଭିଯୋଗ କରିଛନ୍ତି l ଆଉ ୨ଟି ସ୍କୁଲର ବିଲ୍ କରିବା ଲାଗି ୨୭ ହଜାର ଟଙ୍କା ମାଗିଥିଲେ । ଆକାଉଟାଣ୍ଟ ଏମ୍.ଡି. ଫିରୋଜ ଖାଁ ଅଶୋକ ବଜାରରେ ବାସୁଦେବ ସାହୁଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।
You Can Read: