କାଳବୈଶାଖୀ ବର୍ଷାରେ ବେହାଲ ବ୍ରହ୍ମପୁର, କେଉଁଠି ଥାନା ତ ଆଉ କେଉଁଠି ସ୍କୁଲ ଭିତରେ ପଶିଛି ପାଣି

Published By : Prameya-News7 Bureau | March 22, 2025 IST

ବ୍ରହ୍ମପୁର ୨୨: ବ୍ରହ୍ମପୁରରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ପବନ। ଅଢେଇ ଘଣ୍ଟା କାଚିଲା ବର୍ଷା । ପବନ ଯୋଗୁଁ ସହରର ଅବସ୍ଥା ବେହାଲ । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡିଛି । ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ଏପରିକି ବିଭିନ୍ନ ଅଞ୍ଚଳରେ ଘର ଭିତରେ ପାଣି ପଶିଛି । ସବ୍‌ରେଜିଷ୍ଟର କାର୍ଯ୍ୟାଳୟ, ଥାନା, ସ୍କୁଲ ଭିତରେ ପଶିଛି ପାଣି । ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି କୁତ୍ରିମ ବନ୍ୟାର ଭ୍ରମ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି । 

ବଡ଼ ବଡ଼ ଗଛ ରାସ୍ତା ଉପରେ ପଡି ଯାତାୟାତରେ ବାଧା ସୃଷ୍ଟି କରିଥିଲା । ବର୍ଷା ଛାଡ଼ିବା ପରେ ପାଣି ନିଷ୍କାସନ ହୋଇଛି । ରାସ୍ତା ଉପରୁ ଭାଙ୍ଗି ପଡ଼ିଥିବା ଗଛକୁ ହାତେଇବା ପାଇଁ ପ୍ରୟାସ କରାଯାଇଛି । 

You Can Read:

ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା : ସଡ଼କ ଦୁର୍ଘଟଣାରେ ମୁଖ୍ୟ ସାକ୍ଷୀ ଗୁରୁତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.